Top Stories

ପୋଖରୀରେ ବୁଡ଼ି ଚାଲିଗଲା ଦୁଇ ନାବାଳିକା ଭଉଣୀଙ୍କ ଜୀବନ

ସାଲେପୁର,୨୫/୧୨:ପୋଖରୀରେ ବୁଡ଼ି ଚାଲିଗଲା ଦୁଇ ନାବାଳିକା ଭଉଣୀଙ୍କ ଜୀବନ। ଘଟଣାଟି ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ବନମାଳିପୁରରେ।
ମୃତକ ଦ୍ୱୟ ହେଲେ ଗାଁର ସତ୍ୟସୁନ୍ଦର ପଣ୍ଡାଙ୍କ ଦୁଇ ଝିଅ ଲିପ୍ସିତା ପଣ୍ଡା (୯) ଓ ଇପ୍ସିତା ପଣ୍ଡା (୫)। ଆଜି ସକାଳେ ସେମାନେ ଘର ବାହାରେ ଖେଳୁଥିଲେ। ତେବେ କିଛି ସମୟ ପରେ ସେମାନଙ୍କୁ ସେଠାରେ ନ ପାଇବାରୁ ଘର ଲୋକେ ଖୋଜାଖୋଜି କରିଥିଲେ।
ଘର ପାଖ ପୋଖରୀରୁ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ନିଶ୍ଚିନ୍ତକୋଇଲି ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ପରେ ଶବ ଦୁଇଟିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି।ଇୟଗ୍ଦ ଭଚ୍ଚ
ମୃତ ଦୁଇ ଭଉଣୀଙ୍କ ଦାଦା ବିକାଶ ପଣ୍ଡା କହିଛନ୍ତି ଯେ ଛୁଆ ଦୁଇଟି ଘର ପାଖ ରାସ୍ତାରେ ଖେଳୁଥିଲେ। ଖେଳୁ ଖେଳୁ କେତେବେଳେ ପୋଖରୀ ପାଖକୁ ଚାଲି ଯାଇଥିଲେ।
ଘର ଲୋକ କେହି ଦେଖି ପାରି ନଥିଲେ। ପରେ ସେମାନେ ଆଖପାଖରେ କେଉଁଠି ଦେଖା ନଯିବାରୁ ଖୋଜାଖୋଜି କରାଯାଇଥିଲା। ପୋଖରୀରେ ବଡ଼ ଝିଅର ମୃତଦେହ ଭାସୁଥିଲା। ସାନ ବୁଡ଼ି ଯାଇଥିଲା। ଆମେ ଅନୁମାନ କରୁଛୁ ଯେ ସାନ ଝିଅଟି ପ୍ରଥମେ କୌଣସି କାରଣରୁ ପୋଖରୀରେ ବୁଡ଼ି ଯିବାରୁ ବଡ଼ ଝିଅ ତାକୁ ରକ୍ଷା କରିବାକୁ ଯାଇ ବୁଡ଼ି ଯାଇଛି।
ସୂଚନାଯୋଗ୍ୟ, ଦୁଇ ଦିନ ତଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଳକ୍ ବାଗପାଟିଆ ଗାଁରେ ତିନି ଜଣ ନାବାଳକ ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ି ପ୍ରାଣ ହରାଇ ଥିଲେ। ସେମାନେ ସମସ୍ତେ ସପ୍ତମ ଶ୍ରେଣୀରେ ପଢୁଥିଲେ।

Related Posts

Seo wordpress plugin by www.seowizard.org.