ପୋଲିସ ପ୍ରତିଷ୍ଠା ଦିବସରେ ଡିଜିପିଙ୍କ ଅଭିଭାଷଣ, ଦିନ ବଢିବା ସହ ଦାୟିତ୍ୱ ବି ବଢିଛି

ଓଡ଼ିଶା, ୧/୪ : ଓଡ଼ିଶା ପୋଲିସ ୯୦ ତମ ପ୍ରତିଷ୍ଠା ଦିବସ ପାଳୁଛି । ଆଜିକୁ ୮୯ ବର୍ଷ ପୂର୍ବେ ଓଡିଶା ସ୍ବତନ୍ତ୍ର ପ୍ରଦେଶ ମାନ୍ୟତା ପାଇଥିବା ବେଳେ ଆଇନ ଶୃଙ୍ଖଳା ପାଇଁ ଗଠନ ହୋଇଥିଲା ଓଡିଶା ପୋଲିସ୍ । ଏଥିପାଇଁ ଆଜି ପ୍ରତିଷ୍ଠା ଦିବସ ପାଳିବାକୁ ଭୁବନେଶ୍ବର ରିଜର୍ଭ ପୋଲିସ ପଡ଼ିଆରେ କମିଶନରେଟ୍ ପୋଲିସ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ ହେଉଛି ।
ଯେଉଁଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ । ଖାଲି ଭୁବନେଶ୍ବର ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସା ଏହି ପ୍ରତିଷ୍ଠା ଦିବସ ଆୟୋଜିତ ହୋଇଛି ।
ଏହି ଧାରାରେ ସୁନ୍ଦରଗଡର ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ୯୦ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ ଏସପି ପ୍ରତ୍ୟୁଷ ଦିବାକର ଯୋଗ ଦେଇ ସମ୍ମିଳିତ ପ୍ୟାରେଡ୍ରେ ଅଭିଭାଦନ ଗ୍ରହଣ କରିଥିଲେ । ଆରକ୍ଷୀ ବାହିନୀମାନଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଢି ଶୁଣାଇଥିଲେ ।
ଆରକ୍ଷୀ ବାହିନୀ କିଭଳି ଆଜିର ଦିନରେ ଲୋକଙ୍କ ଆସ୍ଥା ଭାଜନ ହୋଇପାରିବ ସେ ନେଇ ସୂଚନା ଦେଇଥିଲେ। ଏହି ପ୍ରତିଷ୍ଠା ଦିବସ ସମାରୋହରେ ଆଇପିଏସ ପ୍ରୋବେସନର ଅନନ୍ୟା ଅବସ୍ତିଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।
ସେହିପରି ବୌଦ୍ଧରେ ବି ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ବୌଦ୍ଧର ବଲାସିଙ୍ଗା ସ୍ଥିତ ଜିଲ୍ଲା ପୋଲିସ ରିଜର୍ଭ ପଡିଆ ଠାରେ ୯୦ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଆରକ୍ଷୀ ଅଧିକ୍ଷକ ରାହୁଲ୍ ଗୋୟଲ ଉକ୍ତ ଅବସରରେ ଆୟୋଜିତ ପେରେଡ ପ୍ରଦକ୍ଷଣ କରିବା ସହିତ ପେରେଡରେ ଅଭିବାଦନ ଗ୍ରହଣ କରିଥିଲେ ।
ନିଜ ବକ୍ତବ୍ୟରେ ଶ୍ରୀ ଗୋୟଲ ସମସ୍ତ ପୋଲିସ କର୍ମଚାରୀ ମାନଙ୍କୁ ପୋଲିସ୍ ପ୍ରତିଷ୍ଠା ଦିବସ ଓ ଓଡିଶା ଦିବସର ଶୁଭେଚ୍ଛା ଜଣାଇବା ସହ ପୋଲିସ ସଚୋଟ, କର୍ମ ତତ୍ପର ଓ ଶୃଙ୍ଖଳିତ ହେଲେ ସମାଜରେ ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠା ହୋଇ ପାରିବ ବୋଲି କହିଥିଲେ ।
ଶେଷରେ ଉତ୍କୃଷ୍ଟ ପୋଲିସ ସେବା ପାଇଁ ପୋଲିସ୍ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଆର୍ଥିକ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରି ଆରକ୍ଷୀ ଅଧିକ୍ଷକ ସମ୍ବର୍ଦ୍ଧିତ କରିଥିଲେ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସହକାରୀ ଆରକ୍ଷୀ ଅଧିକ୍ଷକ ସାର୍ଥକ ରାୟ ସଂଯୋଜନା କରିଥିଲେ ।