Odisha News

ପୂର୍ଣ୍ଣ କ୍ଷମତାରେ ଚାଲିବ ସବୁ ୟୁନିଭର୍ସିଟି ଓ ଡିଗ୍ରୀ କଲେଜ, ଅନଲାଇନରେ ଚାଲିବ ଛାତ୍ରଛାତ୍ରୀଙ୍କ ପାଠପଢା: ଉଚ୍ଚ ଶିକ୍ଷା ବିଭାଗ

ଭୁବନେଶ୍ବର ୧/୨ : ରାଜ୍ୟରେ ଖୋଲିଲା ବିଶ୍ବବିଦ୍ୟାଳୟ ଏବଂ ଡିଗ୍ରୀ କଲେଜ । ଏ ନେଇ ନିଷ୍ପତ୍ତି ନେଇଛି ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ । ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ବିଶ୍ବ ବିଦ୍ୟାଳୟ ଏବଂ ଡିଗ୍ରୀ କଲେଜ ଖୋଲାଯାଇଛି । ମଙ୍ଗଳବାର ଅର୍ଥାତ ଫେବୃଆରୀ ପହିଲାରୁ ବିଶ୍ବ ବିଦ୍ୟାଳୟ ଏବଂ ଡିଗ୍ରୀ କଲେଜରେ ଶତ ପ୍ରତିଶତ କର୍ମଚାରୀରେ ଖୋଲିଛି କାର୍ଯ୍ୟାଳୟ ।
କିନ୍ତୁ ଛାତ୍ରଛାତ୍ରୀଙ୍କ ପାଠପଢା ଅନଲାଇନ୍ରେ ଚାଲିବ । ଅଧ୍ୟାପକମାନଙ୍କୁ ଅଫ୍ଲାଇନ୍ ପାଠପଢାକୁ ବର୍ତ୍ତମାନ ଅନୁମତି ଦିଆଯାଇ ନାହିଁ । କର୍ମଚାରୀମାନେ ନିଜ ନିଜ କାର‌୍ୟ୍ୟରେ ଯୋଗଦେବେ । ଏହା ସହିତ ସମ୍ପୂର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ଆରମ୍ଭ ହେବ ପାଠପଢା ।
ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଥିବା ବେଳେ କଟକଣା ଧିରେଧିରେ କୋହଳ କରୁଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ପାଇଁ ବିଶ୍ବବିଦ୍ୟାଳୟ ତଥା ଡିଗ୍ରୀ କଲେଜ୍ ଖୋଲିବାକୁ ନିର୍ଦେଶାବଳୀ ଜାରି ହୋଇଥିବା ବେଳେ ଦ୍ବାଦଶ ତଳକୁ କୌଣସି କଲେଜ ଏବଂ ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ ।

Related Posts

Seo wordpress plugin by www.seowizard.org.