Odisha News

ପୁଣି ହନିଟ୍ରାପ୍‌ରେ ଫସିଲେ ଜଣେ ଭାରତୀୟ ଯବାନ

ନୂଆଦିଲ୍ଲୀ,୨୩/୫: ପୁଣି ଜଣେ ଭାରତୀୟ ଯବାନ ହନିଟ୍ରାପ୍‌ର ଶୀକାର ହୋଇଛନ୍ତି । ରାଜସ୍ଥାନ ପୋଲିସ ଶନିବାର ଜଣେ ଭାରତୀୟ ଯବାନ ପ୍ରଦୀପ କୁମାରଙ୍କୁ ଗିରଫ କରିଛି । ଏହି ଯବାନଙ୍କ ବିରୋଧରେ ସଂଙ୍ଗୀନ ଅଭିଯୋଗ ରହିଛି । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ସହ ସମ୍ପର୍କରେ ଆସି ଉକ୍ତ ଯବାନ ଭାରତୀୟ ସେନା ବାହିନୀର ଗୁପ୍ତ ତଥ୍ୟ ପ୍ରଦାନ କରିଛନ୍ତି ।
ପୋଲିସର କହିବାନୁସାରେ ପ୍ରଦୀପ କୁମାର ୩ ବର୍ଷ ପୂର୍ବେ ଭାରତୀୟ ସେନା ବାହିନୀରେ ଭର୍ତ୍ତୀ ହୋଇଥିଲେ । ତାଙ୍କୁ ଅତ୍ୟନ୍ତ ସମ୍ବେଦନଶୀଳ, ଜୋଧପୁର ରେଜିମେଣ୍ଟରେ ନିଯୁକ୍ତି କରାଯାଇଥିଲା । ତାଙ୍କୁ ଇଣ୍ଟର ସର୍ଭିସେସ୍ର ଜଣେ ମହିଳା ଏଜେଣ୍ଟ ହନିଟ୍ରାପ୍ ଉପାୟରେ ଫସାଇ ଦେଇଛନ୍ତି ।
ପୋଲିସ ଅନୁମାନ କରୁଛି ଯେ, ଭାରତୀୟ ସେନା ବାହିନୀର ସାମରିକ ଶକ୍ତି ତଥା ଗୋପନୀୟ ତଥ୍ୟ ଗୁଡ଼ିକୁ ସେ ଏହି ମହିଳା ଆଇଏସ୍ଆଇ ଏଜେଣ୍ଟଙ୍କୁ ଦେଇଥାଇପାରନ୍ତି ।
ଉକ୍ତ ମହିଳାଙ୍କ ସହ ଭାରତୀୟ ଯବାନ ପ୍ରଦୀପ କୁମାର, ଫେସ୍ବୁକ ଜରିଆରେ ଗତ ୬ ମାସ ପୂର୍ବେ ପରସ୍ପର ସହ ସମ୍ପର୍କରେ ଆସିଥିଲେ । ମହିଳା ଜଣକ ମଧ୍ୟ ପ୍ରଦେଶରେ ରହୁଥିବା କହିବା ସହ ନିଜର ଛଦ୍ମ ପରିଚୟ ସୃଷ୍ଟି କରି ଭାରତୀୟ ଯବାନଙ୍କୁ ଟ୍ରାପ୍ରେ ପକାଇଥିଲେ । ଖାଲି ସେତିକି ନୁହେଁ ମହିଳା ଜଣଙ୍କ ପ୍ରଦୀପ କୁମାରଙ୍କୁ ବିବାହର ପ୍ରଲୋଭନ ମଧ୍ୟ ଦେଖାଇ ଭାରତୀୟ ସେନାର ଗୁପ୍ତ ତଥ୍ୟ ବିଷୟରେ ଜାଣିବାକୁ ଚେଷ୍ଟା କରିଥିଲେ । ଅନ୍ୟପଟେ ଉକ୍ତ ମହିଳା ବେଙ୍ଗାଲୁରୁର ଏକ କମ୍ପାନୀରେ ଚାକିରି କରୁଥିବା କଥା ମଧ୍ୟ ପ୍ରଦୀପଙ୍କୁ କହିଥିଲେ ।
ଡିଜି ଉମେଶ ମିଶ୍ରା କହିଛନ୍ତି ଯେ, ପ୍ରଦୀପ କୁମାରଙ୍କୁ ପାକିସ୍ତାନ ପାଇଁ ଜାସୁସି କରୁଥିବା ଆଶଙ୍କାରେ ହେଫାଜତକୁ ନିଆଯାଇଛି । ଏବେ ତାଙ୍କୁ ପଚରାଉଚରା କରାରାଉଛି । ଖୁବ୍ଶୀଘ୍ର ସତ ସାମ୍ନାକୁ ଆସିବ ।

Related Posts

Seo wordpress plugin by www.seowizard.org.