Odisha News

ପୁଣି ଅଶାନ୍ତ ବାଣୀବିହାର କ୍ୟାମ୍ପସ, ହଷ୍ଟେଲ୍ ଆଗରେ ଦାମୀ ଗାଡି ପୋଡିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର, ୨୦/୩: ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ନିବାସରେ ଉତ୍ତେଜନା ପ୍ରକାଶ ପାଇଛି। ବିଳମ୍ବିତ ରାତିରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଉତ୍ତେଜନା ଲାଗି ରହିଛି।
ଗଣ୍ଡଗୋଳ ପରେ ହଷ୍ଟେଲ ପଶି ଦୁର୍ବୃତ୍ତମାନେ ଗାଡ଼ି ଭଙ୍ଗାରୁଜା କରିବା ସହ ପୋଡ଼ି ଦେଇଛନ୍ତି। ଏଥିରେ ୩ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣାକୁ ନେଇ କ୍ୟାମ୍ପସ ପରିସରରେ ଚାପା ଉତ୍ତେଜନା ଲାଗି ରହିଛି। ଛାତ୍ରମାନେ ଗୋଦାବରୀଶ ହଷ୍ଟେଲରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ପିଜି କାଉନସିଲ୍ ଅଧ୍ୟକ୍ଷ ସମେତ ଦୁଇ ଜଣିଆ ଟିମ୍ ଛାତ୍ର ନିବାସକୁ ଯାଇ ପିଲାମାନଙ୍କ ସହ ଆଲୋଚନା କରିଛନ୍ତି।
ଅଣଛାତ୍ର ପଶି ଏପରି କାଣ୍ଡ ଭିଆଇଛନ୍ତି ନା ଆଉ କିଛି କାରଣ ରହିଛି ତାହା କାରଣ ଜଣାପଡ଼ିନାହିଁ। ଉଭୟ ଗୋଷ୍ଠୀର ଛାତ୍ରମାନେ ସହିଦ ନଗର ଥାନାରେ ଅଭିଯୋଗ କରିଛନ୍ତି। ସହିଦନଗର ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ଆଗକୁ ପୌର ନିର୍ବାଚନ ଥିବାରୁ ରାଜନୈତିକ କାରଣ ଥାଇପାରେ ବୋଲି ସନ୍ଦେହ କରାଯାଉଛି।

Related Posts

Seo wordpress plugin by www.seowizard.org.