Odisha News

ପାରାଦୀପ ପୌର ନିର୍ବାଚନରେ ଏକମାତ୍ର ପ୍ରାର୍ଥୀ ହୋଇ କଂଗ୍ରେସ ଦଳର ସମ୍ମାନ ରଖିଲେ କେଦାର ଜେନା

Congress candidate Kedar Jena wins from Udaybat seat

Report by Pravakar Sahoo
ପାରାଦୀପ, March 9;ଚଳିତ ପୌର ନିର୍ବାଚନରେ ପାରାଦୀପ ପୌର ପାଳିକା ନିମନ୍ତେ ପାରାଦୀପକୁ କଂଗ୍ରେସ୍ ମୁକ୍ତରୁ ରକ୍ଷା କରିଛନ୍ତି ଦଳର ବରିଷ୍ଠ ନେତା କେଦାର ଜେନା । ପାରାଦୀପ ଉଦୟବଟରୁ କେଦାର ପୂର୍ବରୁ ଜିତି ଥିବା ବେଳେ ତାଙ୍କ ସହଧର୍ମିଣୀ ସ୍ୱର୍ଗତା ସୀଲାରାଣୀ ଜେନା ଗତ ପୌର ନିର୍ବାଚନରେ କଂଗ୍ରେସ୍ ଦଳରୁ ବିଜୟ ଲାଭ କରିଥିଲେ ।
ପୂର୍ବରୁ ଘନଗଳିଆ ୨ ନମ୍ବର ଓ ପରେ ଏହି ସିଟ୍ ଟି ଉଦୟବଟ ୪ ନମ୍ବର ସିଟ୍ ହୋଇଛି । ଏହି ସିଟ୍ କି କଂଗ୍ରେସ୍ ଦଳ ଆରମ୍ଭରୁ ନିଜ ଦଖଲ ରେ ରଖିବାକୁ ସଫଳ ହୋଇଛି । ପାରାଦୀପ ବିଜ୍ଞାପିତ ଅଂଚଳ ପରିଷଦ ଓ ପାରଦୀପ ପୌର ପରିଷଦର ପ୍ରଥମ ନିର୍ବାଚିତ ନଗରପାଳ ସ୍ୱର୍ଗତ ରମେଶ ଚନ୍ଦ୍ର ସାମନ୍ତରାୟଙ୍କ ଦବ୍‌ଦବା ଏଠାରେ ଥିଲା । ରମେଶ ପି.ପି.ଏଲ୍‌.ରୁ ଜିତିବା ପରେ କେଦାର ଜେନା ଏହି ସିଟ୍ କୁ ନିଜ ଅକ୍ତିଆରକୁ ଆଣିଥିଲେ । କେଦାର ପୂର୍ବରୁ କୁଜଙ୍ଗ ବ୍ଲକ୍ ବାଲିଆ ପଂଚାୟତର ସରପଂଚ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି ।
ପାରାଦୀପର ସର୍ବ ପୂରାତନ କାର୍ତ୍ତୀକେଶ୍ୱର ମତ୍ସ୍ୟ ବ୍ୟବସାୟୀ ସଂଘର ସଭାପତି ଭାବେ ପ୍ରାୟ ୩୦ ବର୍ଷରୁ ଉର୍ଦ୍ଧ୍ୱ ହେବ ସଭାପତି ରହିଛନ୍ତି । ଅଠରବାଙ୍କୀ ବାଲିପ୍ଲଟ୍ ଠାରେ ଥିବା ଏହି ସଂଘକୁ ସଠିକ୍ ଭାବେ ପରିଚାଳନା କରିବାରେ ସେ ସଫଳ ହୋଇଛନ୍ତି । ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାଲିପ୍ଲଟ ଅଂଚଳର ବ୍ୟବସାୟୀମାନଙ୍କର ବହୁ ଉନ୍ନତି ହୋଇ ପାରିଛି । ଚଳିତ ପୌର ନିର୍ବାଚନରେ କଂଗ୍ରେସ୍ ଦଳର ଏକମାତ୍ର ପ୍ରାର୍ଥୀ ହୋଇଛନ୍ତି । ଉଦୟବଟର ସବୁବର୍ଗର ଲୋକମାନଙ୍କ ସହିତ ସେ ସବୁ ବେଳେ ସବୁ ସମୟରେ ରହି ଆସିଥିବାରୁ ସେ ଏଠାରେ ବେଶ୍ ଲୋକପ୍ରିୟ । ତାଙ୍କର ଲୋକପ୍ରିୟତା ହିଁ ତାଙ୍କର ବିଜୟରେ ସହାୟକ ହୋଇ ପାରିଛି । ସୋମବାର ଦିନ ଚଳିତ ପୌର ନିର୍ବାଚନ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନରେ କେଦାର ଜେନା ଉଦୟବଟରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ବଡପଡିଆ ଛକରେ ପହଂଚିଥିଲେ । ସେଠାରୁ ଏକ ବିରାଟ ପଟୁଆରେ ନିଜ ସମର୍ଥକଙ୍କ ସହିତ ପହଂଚିଥିଲେ ପୌର କାର୍ଯ୍ୟାଳୟରେ । ସେଠାରେ ସେ ଉଦୟବଟ ସିଟ୍ ନିମନ୍ତେ ପ୍ରାଥୀପତ୍ର ଦାଖଲ କରିଥିଲେ । ପାରାଦୀପର ୧୯ ଗୋଟି ଓାର୍ଡ ଥିବା ବେଳେ କେବଳ ୪ ନମ୍ବର ଓାର୍ଡରେ କଂଗ୍ରେସ୍ ଦଳରୁ ସେ ଏକମାତ୍ର ପ୍ରାର୍ଥୀ ଭାବେ ମନୋନୟନପତ୍ର ଦାଖଲ କରିଛନ୍ତି । କଂଗ୍ରେସ୍ କୁ ଛାଡି ଦେଲେ ପୌରପାଳିକାକୁ ୧୫ ବର୍ଷ ଧରି ଦଖଲରେ ରଖିଥିବା ବିଜେଡି ସମସ୍ତ ଓାର୍ଡରେ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ମଧ୍ୟ ସମସ୍ତ ଓାର୍ଡରେ ପ୍ରାର୍ଥୀ ଦେଇଛି । ଚଳିତ ନିର୍ବାଚନରେ ସେ ପୁର୍ନବାର ଉଦୟବଟବାସୀଙ୍କର ସମର୍ଥନରେ ପୁର୍ନବାର ବିଜୟ ଲାଭ କରିବେ ବୋଲି କହିଛନ୍ତି ।


ପାରାଦୀପ ପୌର ନିର୍ବାଚନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ ଶେଷ: ବିଜେଡି,ବିଜେପି ଓ ସ୍ୱାଧୀନ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ପାରାଦୀପ-୦୭ା୦୩- ରାଜ୍ୟରେ ମାର୍ଚ୍ଚ ୨୪ ରେ ହେବାକୁ ଥିବା ପୌର ନିର୍ବାଚନର ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିଲା ମାର୍ଚ୍ଚ ୭ ତାରିଖ । ଏହି ପରିପ୍ରେକ୍ଷୀରେ ଚର୍ଚ୍ଚିତ ପାରାଦୀପ ପୌର ନିର୍ବାଚନ ନିମନ୍ତେ ବିଜେଡି,ବିଜେପି ଓ ଆମ ପାରାଦୀପ ଆମ ପ୍ରଗତି ସଙ୍ଗଠନ ପକ୍ଷରୁ ସମସ୍ତ ୧୯ଟି ଓାର୍ଡରେ ପ୍ରାର୍ଥୀ ଦିଆଯାଇଥିବା ବେଳେ ଜତୀୟ କଂଗ୍ରେସ୍ ଦଳ ମାତ୍ର ଗୋଟିଏ ୪ ନମ୍ବର ଓାର୍ଡରେ ପ୍ରାର୍ଥୀ ଦେବାକୁ ସମର୍ଥ ହୋଇଛି । ଶେଷ ଦିନରେ ପାରାଦୀପ ବିଜେଡିର ପ୍ରାର୍ଥୀମାନେ ଏକ ବିରାଟ ଶୋଭାଯାତ୍ରାରେ ଆସି ଥିଲେ । ଜଗତସିଂହପୁର ସାଂସଦ ଡା.ରାଜଶ୍ରୀ ମଲ୍ଲିକ, ବିଧାୟକ ସମ୍ବିତ ରାଉତରାୟଙ୍କ ସମେତ ଦଳର ଅଧ୍ୟକ୍ଷ ପ୍ରାର୍ଥୀ ବସନ୍ତ ବିଶ୍ୱାଳ ଦଳୀୟ ପ୍ରାର୍ଥୀମାନଙ୍କ ଗହଣରେ ପୌର କାର୍ଯ୍ୟାଳୟରେ ପହଂଚିଥିଲେ । ବିଜେପିର ପ୍ରାର୍ଥୀମାନେ ମଧ୍ୟ ଶୋଭାଯାତ୍ରାରେ ଆସିଥିଲେ । ଗତ ସାଧାରଣ ନିର୍ବାଚନରେ ଦଳର ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ, ବିଧାୟକ ପ୍ରାର୍ଥୀ ସମ୍ପଦ ଚରଣ ସ୍ୱାଇଁ, ଅଧ୍ୟକ୍ଷ ପ୍ରାର୍ଥୀ ଗୌତମ କୁମାର ନାୟକଙ୍କ ସହିତ ଦଳୀୟ ପ୍ରାର୍ଥୀମାନେ ଆସି ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେହିପରି ଏରସମା ପାରାଦୀପ ବିକାଶ ପରିଷଦ ଅଧିନରେ ନବଗଠିତ ଆମ ପାରଦୀପ ଆମ ପ୍ରଗତି ବ୍ୟାନରରେ କଂଗ୍ରେସ୍ ଦଳର ରାଜ୍ୟ ସମ୍ପାଦକ ଅରିନ୍ଦମ ସାର୍ଖେଲଙ୍କ ନେତୃତ୍ୱରେ ଅଧ୍ୟକ୍ଷ ପ୍ରାର୍ଥୀ ଦେବବ୍ରତ ସାହୁଙ୍କ ସହ ସ୍ୱାଧୀନ ପ୍ରାର୍ଥୀମାନେ ରବିବାର ଦିନ ଶୋଭାଯାତ୍ରାରେ ଆସି ପୌର କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଚଳିତ ନିର୍ବାଚନରେ ଯୁବ ନେତା ବିଶ୍ୱନାଥ ବଳଙ୍କ ସହ ଆଉ ଦୁଇ ଜଣ ପ୍ରାର୍ଥୀ ସ୍ୱାଧୀନ ଭାବେ ମନୋନୟନ ପତ୍ର ଦାଖଲ କରିଛନ୍ତି । ଚଳିତ ନିର୍ବାଚନରେ ବହୁ ଅସନ୍ତୁଷ୍ଟଙ୍କୁ ପାରିଷଦ ନିମନ୍ତେ ସ୍ନାଧୀନ ଭାବେ ମନୋନୟନ ଦାଖଲ କରିଛନ୍ତି ଯାହା କି ଏବେ ଦଳିୟ ପ୍ରାର୍ଥୀଙ୍କ ପାଇଁ ଚିନ୍ତା ବଢାଇ ଦେଇଛି । ୯ତାରିଖରେ ପ୍ରାାର୍ଥୀ ପତ୍ର ଯାଂଚ ହେବ ଓ ୧୪ ତାରିଖରେ ପ୍ରତ୍ୟାହାର ପରେ ୨୪ ତାରିଖରେ ମତଦାନ ହେବ ।

ପାରାଦୀପ ବାର୍ ଆସୋସିଏସନ୍ ନିମନ୍ତେ ନାମାଙ୍କନ ପତ୍ର ଦାଖଲ
ପାରାଦୀପ-୦୭ା୦୩-ପାରାଦୀପ ବାର୍ ଆସୋସିଏସନ୍ ର ଚଳିତ ବର୍ଷ ଦ୍ୱିତୀୟ ବର୍ଷ ନିମନ୍ତେ ନୂତନ କର୍ମକର୍ତ୍ତା ମାନେ ମନୋନୟନ ପତ୍ର ଦାଖଲ କରିଛନ୍ତି । ରାଜ୍ୟ ବାର୍ ଆସୋସିଏସନ୍‌ର ନିର୍ଦ୍ଦେଶ ଅନୁଯାୟୀ ଏହି ପ୍ରକ୍ରିୟା ହୋଇଛି । ବରିଷ୍ଠ ଆଇନଜୀନବୀ ଗୋରାଚାନ୍ଦ ସିଂହ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ନେବା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ସଭାପତି ଭାବେ ହେମନ୍ତ କୁମାର ସାହୁ, ଉପସଭାପତି ଭାବେ ବସନ୍ତ କୁମାର ବିଶ୍ୱାଳ ଓ କୈଳାସ ଚନ୍ଦ୍ର ସାହୁ, ସାଧାରଣ ସମ୍ପାଦକ ଭାବେ ତପନ କୁମାର ଦାଶ, ସଙ୍ଗଠନ ସମ୍ପାଦକ ନିମନ୍ତେ ରବିନ୍ଦ୍ର କୁମାର ଜେନା, ସମ୍ପାଦକ (ପ୍ରଶାସନ)ଗୋଲକ ବିହାରୀ ସୂତାର ଓ ସମ୍ପାଦକ(ଲାଇବ୍ରେରୀ) ପ୍ରସାନ୍ତ କୁମାର ଦାସ, କୋଷାଧ୍ୟକ୍ଷ ଭାବେ ଗୋପିନାଥ ମଲ୍ଲ ମନୋନୟନ ପତ୍ର ଦାଖଲ କରିଛନ୍ତି । ସେହିପରି କାର୍ଯ୍ୟକାରୀ କମିଟି ନିମନ୍ତେ ସୁଜିତ କୁମାର ମହାନ୍ତି, ସଂଜୟ କୁମାର ମିଶ୍ର, ହେମନ୍ତ କୁମାର ପରିଡା, ପ୍ରମୋଦ କୁମାର ମିଶ୍ର, ରବିନ୍ଦ୍ର କୁମାର ସ୍ୱାଇଁ ଓ ସରୋଜ କୁମାର ନାଥ ମନୋନୟନ ପତ୍ର ଦାଖଲ କରିଥିଲେ । ସମସ୍ତ ପଦବୀ ନିମନ୍ତେ ଜଣେ ଲେଖାଏଁ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ଗୋରାଚାନ୍ଦ ସିଂହ ଜଣାଇଛନ୍ତି ।

Related Posts

Seo wordpress plugin by www.seowizard.org.