Odisha News

ପାଣି ଭର୍ତ୍ତି ଗଭୀର ଗାତରେ ପଡି ୪ ନାବାଳକଙ୍କର ମୃତ୍ୟୁ

କୋରାପୁଟ, ୨୩/୬: କୋରାପୁଟରେ ଏକ ଅଭାବନୀୟ ଘଟଣା ଘଟିଛି । ପାଣି ଭର୍ତ୍ତି ଗଭୀର ଗାତରେ ପଡି ୪ ନାବାଳକଙ୍କର ମୃତ୍ୟୁ ହୋଇଛି ।
ସଦର ଥାନା ମାଝିଗୁଡା ନିକଟରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ସ୍ଥାନୀୟ ବାସିନ୍ଦା ଓ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ଦ୍ବାରା ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।
ଭାରତ ମାଳା ଯୋଜନାରେ ନିର୍ମାଣ ଚାଲିଛି ଇକୋନୋମିକ କରିଡ଼ର । କାମରେ ନିୟୋଜିତ ଥିବା ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଅବେଳରେ ଏହି ୪ ନିଷ୍ପାପ ଶିଶୁଙ୍କ ଜୀବନ ଚାଲିଯାଇଛି ।
ଦଶମନ୍ତପୁର ବ୍ଳକ ପାଇକଫୁଲବେଡା ପଞ୍ଚାୟତ ମାଝୀଗୁଡା ଗ୍ରାମରେ ଏହି ଘଟଣା ଘଟିଛି । ଆଜି ଅପରାହ୍ନରେ ମାଝୀ ଗୁଡ଼ା ଗ୍ରାମର ୪ଜଣ ଶିଶୁ ରାସ୍ତା
ନିକଟରେ ବୁଲୁଥିବା ସମୟରେ ଅଚାନକ ରାସ୍ତା କଡକୁ ଖସି ଯାଇଥିଲେ। ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ବର୍ଷା ପାଣି ଜମି ରହିଥିବାରୁ ପାଣି ଭିତରେ ବୁଡ଼ିଯାଇଥିଲେ ୪ ଶିଶୁ।
ସ୍ଥାନୀୟ ଯୁବକ ମାନେ ତୁରନ୍ତ ପାଣି ଭିତରୁ ଜଣେ ଶିଶୁଙ୍କୁ ଉଦ୍ଧାର କରିବା ସମୟରେ ଅତ୍ୟଧିକ ପାଣି ପିଇବା ଯୋଗୁଁ ସେ ଶିଶୁଟିର ମଧ୍ୟ ମୃତ୍ୟୁ ହୋଇଥିଲା।
ଘଟଣା ସ୍ଥଳରେ କୋରାପୁଟ ସଦର ପୋଲିସ ସହ ଅଗ୍ନିଶମ ବିଭାଗ ବିଳମ୍ବରେ ପହଞ୍ଚିବା ଘଟଣା ଯୋଗୁଁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି ।

Related Posts

Seo wordpress plugin by www.seowizard.org.