Odisha News

ପାଠ ନପଢ଼ିବାରୁ ବଡ଼ ଭାଇ ମାଡ଼ରେ ସାନ ମୃତ

ଭୁବନେଶ୍ବର,୨୦/୯ : ବଡଭାଇର ଠେଙ୍ଗାମାଡରେ ସାନଭାଇ ମୃତ । ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଯାଇଛି । ମୃତକ ରାଜମୋହନ ସେନାପତି ହୋଇଥିବା ବେଳେ ହତ୍ୟାକାରୀ ବଡଭାଇ ହେଲେ ବିଶ୍ବମୋହନ ସେନାପତି ବୋଲି ଜଣାପଡିଛି।
ଖବର ଅନୁଯାୟୀ, ବଡଭାଇ ନୟାପଲ୍ଲୀ ଅଞ୍ଚଳରେ ରହୁଥିବା ବେଳେ ଖଣ୍ଡଗିରିରେ ରହୁଥିଲେ ସାନଭାଇ । ରାଜମୋହନ ବାରମ୍ବାର ଘରୁ ଟଙ୍କା ଆଣି ଅଯଥାରେ ଖର୍ଚ୍ଚ କରୁଥିଲେ । ଏହାକୁ ନେଇ ମଙ୍ଗଳବାର ଦିନ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଉତକ୍ଷିପ୍ତ ହୋଇ ଠେଙ୍ଗାରେ ରାଜମୋହନଙ୍କୁ ଆକ୍ରମଣ କରିଥିଲେ ବଡ଼ଭାଇ ବିଶ୍ବମୋହନ ।
ଯାହାଫଳରେ ଘଟଣାସ୍ଥଳରେ ସାନଭାଇର ମୃତ୍ୟୁ ହୋଇଯାଇଥିଲା । ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ବଡଭାଇକୁ ଅଟକ ରଖି ତଦନ୍ତ ଜାରି ରଖିଛି । ଉଭୟ ଭାଇ ବ୍ୟାଙ୍କିଙ୍କ ପାଇଁ ପ୍ରସ୍ତୁତ ହେଉଥିଲେ ।

Related Posts

Seo wordpress plugin by www.seowizard.org.