Odisha News

ପାଟ୍ରୋଲିଂ ବେଳେ ପୁଲିସ କର୍ମଚାରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍

ଯାଜପୁର, ୩/୬: ଡ୍ୟୁଟି କରୁଥିବା ସମୟରେ ଗାଡି ମାଡି ଯାଇ ପୋଲିସ ଏସଆଇଙ୍କ ମୃତ୍ୟୁ । ମୃତକ ହେଉଛନ୍ତି ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ସୁଜିତ ପାଣ୍ଡବ ।
ଭଦ୍ରକ ନଳାଙ୍ଗ ନିକଟରେ ଘଟିଛି ଅଘଟଣ । ପେଟ୍ରୋଲିଂ କରୁଥିବା ସମୟରେ ହାଇଓ୍ୱା ଗାଡି ମାଡି ଯାଇଥିଲା । ଯାଜପୁର ମୁଖ୍ୟ ଡାକ୍ତର ଖାନା ରେ ମୃତ ଘୋଷଣା କଲେ ଡାକ୍ତର ।
ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ଗାଡି ପାଖକୁ ଆସୁଥିବା ବେଳେ ପଛରୁ ଏକ ହାଇୱା ତାଙ୍କ ଉପରକୁ ମାଡି ଯାଇଥିଲା ।
ଘଟଣା ସ୍ଥଳରେ ଥିବା ହୋମ ଗାର୍ଡ ସୁଶାନ୍ତ ଓ ତାଙ୍କ ଡ୍ରାଇଭର ତାଙ୍କୁ ଭଦ୍ରକ ମେଡିକାଲକୁ ନେଇଥିଲେ ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା ।
ଆମ୍ବୁଲାନ୍ସରେ କଟକ ଯିବା ବାଟରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଆସିଥିଲା ଆମ୍ବୁଲାସ ।
ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ପହଂଚି ଡାକ୍ତରଙ୍କୁ ଦେଖାଇବା ପରେ ତାଙ୍କର ମୃତ ହୋଇଯାଇଥିବା କହିଥିଲେ ଡାକ୍ତର । ସେପଟରେ ପୋଲିସର ଅବହେଳା ଯୋଗୁ ଆଜି ମୋ ଭାଇ ,ବାପା ଙ୍କ ଜୀବନ ଯାଇଥିବା କହିଛନ୍ତି ପରିବାର ଲୋକେ ।
କହିବା କଥା ଘଟଣା ଘଟିବାର ଦୁଇ ଘଣ୍ଟା ପରେ ପରିବାରଙ୍କୁ ଜଣା ଯାଇଥିଲା । ତାଙ୍କୁ କଟକ ନ ନେଇ ଆମକୁ କାହିଁକି ଅପେକ୍ଷା କରିଥିଲେ ପୋଲିସ ଓ ଆମ୍ବୁଲାସ ବୋଲି ପ୍ରଶ୍ନ କରିଛନ୍ତି ପରିବାର ଲୋକେ ।
ମୃତ ହେବାର ଦୁଇ ଘଣ୍ଟା ବିତିଲା ଗଲାଣି ଏ ଯାଏଁ ତାଙ୍କର କୌଣସି ଅଧିକାରୀ ଆସୁନାହାନ୍ତି କି ଫୋନ କରୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ମୃତ ସୁଜିତଙ୍କ ପୁଅ ଆଉ ଭଉଣୀ ।
ତେବେ ଏଠି ପ୍ରଶ୍ନ ଉଠୁଛି ଦୁଇଜଣ ଆଗ ପଛ ହୋଇ ଆସୁଥିବା ବେଳେ ସୁଜିତ ଙ୍କ ଉପରେ ଗାଡି ମାଡିଯିବା ସନ୍ଧେହ ଘେରକୁ ଆସିଛି । ଜାଣି ଶୁଣି ସୁଜିତଙ୍କ ଉପରେ ଗାଡି ମାଡି ଦିଆଯାଇଛି କି ? ନାଁ ଆଉ କିଛି କାରଣ ? ସେପଟରେ ମାଡି ଦେଇଥିବା ଗାଡି ଓ ଡ୍ରାଇଭର କୁ ଭଦ୍ରକ ପୋଲିସ ଅଟକ ରଖି ଅଧିକ ତଦନ୍ତ ଚଳାଇ ଥିବା ଜଣାପଡିଛି ।

Related Posts

Seo wordpress plugin by www.seowizard.org.