Odisha News

ପଶ୍ଚିମବଙ୍ଗରେ ‘ଦ କେରଳ ଷ୍ଟୋରୀ’ ବ୍ୟାନ୍, ମମତା କହିଲେ- ଆଇନ ବ୍ୟବସ୍ଥା ବିଗିଡ଼ିବା ଆଶଙ୍କା

ପଶ୍ଚିମବଙ୍ଗ,୮/୫: ତାମିଲନାଡୁ ପରେ ପଶ୍ଚିମବଙ୍ଗରେ ‘ଦି କେରଳ ଷ୍ଟୋରୀ’ର ପ୍ରଦର୍ଶନ ଉପରେ ଲାଗିଲା ପ୍ରତିବନ୍ଧକ। ଗତ ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ବଲିଉଡ ଫିଲ୍ମ ‘ଦି କେରଳ ଷ୍ଟୋରୀ’କୁ ନେଇ ଅନେକ ସ୍ଥାନରେ ବିବାଦ ଦେଖା ଦେଇଛି। ସୁପ୍ରିମକୋର୍ଟଙ୍କ ପରେ ଗୁରୁବାର ଏହି ଫିଲ୍ମର ରିଲିଜ ଉପରେ ରୋକ୍ ଲଗାଇବାକୁ ମନା କରିଥିଲେ ମାଡ୍ରାସ ହାଇକୋର୍ଟ। ଏହା ପରେ ଫିଲ୍ମଟି ଶୁକ୍ରବାର ରିଲିଜ୍ ହୋଇଥିଲା। ରିଲିଜ୍ ପରେ ଫିଲ୍ମଟି ଭଲ ବ୍ୟବସାୟ କରିଥିଲେ ବି ତାମିଲନାଡୁରେ ରବିବାର ଏହାର ପ୍ରଦର୍ଶନ ଉପରେ ରୋକ୍ ଲଗାଯାଇଥିଲା।
ତାମିଲନାଡୁ ପରେ ଆଜି ପଶ୍ଚିମବଙ୍ଗରେ ‘ଦି କେରଳ ଷ୍ଟୋରୀ’ର ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଦିଦି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ରାଜ୍ୟ ସଚିବାଳୟରେ ନିଜ ନିଷ୍ପତ୍ତି ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗର ସମସ୍ତ ପ୍ରେକ୍ଷାଳୟରୁ ଫିଲ୍ମ ହଟାଇବାକୁ ମମତା ବାନାର୍ଜୀ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୁହାଯାଉଛି ଯେ ରାଜ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି, ଯାହାଫଳରେ ରାଜ୍ୟରେ କୌଣସି ହିଂସା ଏବଂ ଅପରାଧ ଘଟିବ ନାହିଁ।
ଏହି ନିଷ୍ପତ୍ତି ନେଇ ଦିଦି କହିଛନ୍ତି ଯେ, ମିଥ୍ୟା ଏବଂ ଭୁଲ କାହାଣୀ ସହିତ ବଙ୍ଗାଲ୍ ଫାଇଲ୍ସ ଫିଲ୍ମ ନିର୍ମାଣ କରିବାକୁ ବିଜେପି ସରକାର ଚଳଚ୍ଚିତ୍ର ନିର୍ମାତାଙ୍କୁ ଟଙ୍କା ଦେଉଛନ୍ତି। ବିଜେପି ‘ଦି କେରଳ ଷ୍ଟୋରୀ’ ନାମକ ଏକ ଫିଲ୍ମ ଦେଖାଉଛି, ଯାହାର କାହାଣୀରେ କୌଣସି ସତ୍ୟତା ନାହିଁ। କିଛି ଦିନ ପୂର୍ବରୁ ବିଜେପି ଦ୍ୱାରା ପଠାଯାଇଥିବା କଳାକାରମାନେ ପଶ୍ଚିମବଙ୍ଗକୁ ଆସିଥିଲେ। ସେମାନେ ଏବେ ଏକ ମିଥ୍ୟା ଏବଂ ଭୁଲ କାହାଣୀକୁ ନେଇ ଫିଲ୍ମ ବଙ୍ଗାଲ୍ ଫାଇଲ୍ସ ନିର୍ମାଣ ପାଇଁ ପ୍ରସ୍ତୁତ ହେଉଥିବା ଆମେ ଜାଣିବାକୁ ପାଇଛୁ।

Related Posts

Seo wordpress plugin by www.seowizard.org.