Odisha News

ପଶ୍ଚିମବଙ୍ଗରେ ଡେଙ୍ଗୁ ବିତ୍ପାତ: ପାର୍ବଣରେ ଡାକ୍ତରଙ୍କ ଛୁଟିବାତିଲ

କୋଲକାତା ୨୫।୯: ପଶ୍ଚିମବଙ୍ଗରେ ଥମୁନି ଡେଙ୍ଗୁ ପ୍ରକୋପ। ପୂଜା ବେଳେ ଯେପରି ଡେଙ୍ଗୁ ନିୟନ୍ତ୍ରଣରେ ରହେ ସେଥିଲାଗି ସ୍ୱାସ୍ଥ୍ୟ ଭବନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରି ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗଙ୍କୁ ସତର୍କ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଏଥିରେ ପୂଜା ଅବସରରେ ଡାକ୍ତରଙ୍କ ଛୁଟି ବାତିଲ ସହ ରୋଷ୍ଟରରେ ଡ୍ୟୁଟି ଲାଗି ପ୍ରସ୍ତାବ ଦିଆଯାଇଛି।
ରାଜ୍ୟରେ ପୂଜା ଅବକାଶ ସପ୍ଟେମ୍ବର ୩୦ରୁ ଆରମ୍ଭ ହୋଇ ଅକ୍ଟୋବର ୧୦ ତାରିଖରେ ସରିବ। ତେବେ ଡାକ୍ତରଙ୍କୁ ରୋଷ୍ଟର ଅନୁସାରେ କାମ କରିବାକୁ ହେବ। ସେହି ପରି ପୂଜା ଅବକାଶରେ କୋଲକାତା ମ୍ୟୁନସିପାଲ କର୍ପୋରେସନ (କେଏମସି) କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରି ଦିଆଯାଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ଏଚ.କେ. ଦ୍ୱିବେଦୀ ଡେଙ୍ଗୁକୁ ନେଇ ଯଥା ସମ୍ଭବ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏଥିଲାଗି ଦ୍ୱିବେଦୀ କୋଲକାତା ନଗରନିଗମ ଆୟୁକ୍ତ, ଜିଲ୍ଲାଧିକାରୀ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ ମଧ୍ୟ କରିଛନ୍ତି।
ଉଚ୍ଚସ୍ତରୀୟ ବୈଠକରେ ନଗରନିଗମ ଅଧିକାରୀଙ୍କୁ କର୍ପୋରେଟରଙ୍କ ସହ ବୈଠକ କରି ସେମାନଙ୍କ ଅଞ୍ଚଳର ପରିମଳ ବ୍ୟବସ୍ଥା ସମୀକ୍ଷା କରିବା ପାଇଁ କହିଛନ୍ତି। ଦୂର୍ଗପୂଜା ବେଳେ ବିଭିନ୍ନ ସ୍ଥାନରୁ କୋଲକାତାଙ୍କୁ ଲକ୍ଷଲକ୍ଷ ଲୋକଙ୍କ ଆଗମନ ହେବ। ଏଣୁ ପୂଜା ପୂର୍ବରୁ ସମ୍ପୂର୍ଣ୍ଣ ମହାନଗରନିଗମର ସଫେଇ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

Related Posts

Seo wordpress plugin by www.seowizard.org.