Odisha News

ପତ୍ନୀକୁ ପୋଲିସ କନେଷ୍ଟବଳଙ୍କ ପ୍ରତାରଣା, ଏସପିଙ୍କ କାର୍ଯ୍ୟାଳୟ ଆଗରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ମହିଳା

ଢେଙ୍କାନାଳ, ୨୦/୪: ଓଡ଼ିଶା ପୁଲିସରେ କାର୍ଯ୍ୟରତ କନଷ୍ଟେବଳଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ତାଙ୍କ ପତ୍ନୀ। ଆଉ କହିଛନ୍ତି, ମୋ ସ୍ୱାମୀ ଜଣେ ମହିଳା କନଷ୍ଟେବଳଙ୍କ ସହିତ ଦୀର୍ଘ ୬ ବର୍ଷ ଧରି ରହୁଛନ୍ତି।
ଏବେ ଜଣେ ମହିଳାଙ୍କୁ ବିବାହ କରିଛନ୍ତି। ପତିଙ୍କ ବିରୋଧରେ ଏପରି ଅଭିଯୋଗ ଆଣି ଢେଙ୍କାନାଳ ଏସ୍ପିଙ୍କ କାର୍ଯ୍ୟାଳୟ ପରିସରରେ ଆତ୍ମାହୂତି ଦେବାକୁ ଉଦ୍ୟମ କରିଥିଲେ ପତ୍ନୀ।
ଆତ୍ମାହୂତି ଦେବାକୁ ଆସିଥିବା ମହିଳା ହେଲେ ଶୈଳବାଳା ନାୟକ। ସେ ନିଜକୁ ଢେଙ୍କାନାଳ ପୁଲିସରେ କାର୍ଯ୍ୟରତ କନଷ୍ଟେବଳ ପବିତ୍ର ନାୟକଙ୍କ ପତ୍ନୀ ବୋଲି ପରିଚୟ ଦେଇଥିଲେ।
ତାଙ୍କ ଘର ବାଲିମୀ ଥାନା ଅନ୍ତର୍ଗତ ଦୁଦୁରକୋଟ ଗାଁରେ। ଆଜି ସେ ଏସ୍ପି କାର୍ଯ୍ୟାଳୟ ପରିସରରେ ଆତ୍ମାହୂତି ଦେବାକୁ ଆସିଥିଲେ। ମାତ୍ର ସେଠାରେ ଉପସ୍ଥିତ କର୍ମଚାରୀମାନେ ତାଙ୍କୁ କାବୁ କରିନେଇଥିଲେ।
ଆଉ ଏହା ପରେ ନିଜ ସ୍ୱାମୀଙ୍କ ବିରୋଧରେ ବର୍ଷିଛନ୍ତି ଶୈଳ। ସେ କହିଛନ୍ତି, ତାଙ୍କ ସ୍ୱାମୀ ହେଉଛନ୍ତି ପବିତ୍ର ନାୟକ। ସେ ଦୀର୍ଘ ୬ ବର୍ଷ ଧରି ତାଙ୍କୁ ନିର୍ଯାତନା ଦେଇ ଆସୁଛନ୍ତି।
ଏହି ୬ ବର୍ଷ ଭିତରେ ସେ ବହୁ ଏସ୍ପିଙ୍କ ପାଖରେ ଏନେଇ ଅଭିଯୋଗ କରିଥିଲେ। ହେଲେ ସମସ୍ତେ ତାଙ୍କୁ ବୁଝାଇ ଘରକୁ ପଠାଇ ଦେଉଥିଲେ। ଘରେ ପହଞ୍ଚିବା ପରେ ପୁଣି ନିର୍ଯାତନା ଆରମ୍ଭ ହେଉଥିଲା ବୋଲି ଶୈଳ ଅଭିଯୋଗ କରିଛନ୍ତି।
ଶୈଳ ଆହୁରି କହିଛନ୍ତି, ପବିତ୍ର କନେଷ୍ଟବଳ ଚାକିରି କରିଥିବା ଆଉ ଜଣେ ଝିଅକୁ ୬ ବର୍ଷ ହେଲା ରଖିଥିଲେ। ଏ ସବୁ ଜାଣି ଚୁପ୍ ରହୁଥିଲି। ଏନେଇ ଏସ୍ପି, ଡିଏସ୍ପି ଓ ଥାନାରେ ଅଭିଯୋଗ କରିଥିଲି। ହେଲେ କିଛି ଫଳ ମିଳିନଥିଲା। ସମସ୍ତେ ବୁଝାଇ ଫେରାଇ ଦେଉଥିଲେ।
ଏବେ ସେ(ପବିତ୍ର) ଜଣେ ମହିଳାଙ୍କୁ ବିବାହ କରିଛନ୍ତି। ସେ ମନ୍ଦିରରେ ବାହା ହୋଇ ସମ୍ପୃକ୍ତ ମହିଳାଙ୍କ ଘରେ ରହୁଛନ୍ତି। ଏ ସମ୍ପର୍କରେ ଜାଣିବା ପରେ ବାଲିମୀ ଥାନାରେ ଜଣାଇଥିଲି। ଆଇଆସି ସବୁ ଶୁଣି ମୋତେ ବୁଝାଇ ଘରକୁ ପଠାଇ ଦେଇଥିଲେ ବୋଲି ଶୈଳ କରିଛନ୍ତି। ମୋତେ ମୋ ସ୍ୱାମୀ ଦରକାର।
ମୋ ସ୍ୱାମୀ ପାଖରେ ଆଉ କୌଣସି ମହିଳା ରହିପାରିବେନି। ମୁଁ କାହାକୁ ରଖେଇ ଦେବିନି। ତାକୁ ଆରେଷ୍ଟ ଓ ସ୍ସପେଣ୍ଡ କରାନ୍ତୁ ବୋଲି ଶୈଳ କହିଛନ୍ତି।
ଏସ୍ପି ଅଫିସ୍ ପରିସରରେ ଘଟିଥିବା ହାଇଡ୍ରାମା ନେଇ ଢେଙ୍କାନାଳ ଅତିରିକ୍ତ ଏସ୍ପି ଶିଶୁ ରଞ୍ଜନ ମହାପାତ୍ର କହିଛନ୍ତି, ଘଟଣାର ତଦନ୍ତ କରାଯିବ। ଯିଏ ଦୋଷୀ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Related Posts

Seo wordpress plugin by www.seowizard.org.