ପଞ୍ଜିକାରେ ଭୁଲ ତଥ୍ୟ ଦେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ: ଅରବିନ୍ଦ ପାଢ଼ୀ
![](https://odishanewsonline.com/wp-content/uploads/2025/02/Calendar-scaled-1.jpg)
ପୁରୀ, ୧୧/୨ : ପଞ୍ଜିକା ସମନ୍ଵୟ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ତେବେ ଏହି ବୈଠକରେ ନିର୍ଭୁଲ ଓ ତ୍ରୁଟିବିହୀନ ପଞ୍ଜିକା ଉପରେ ଗୁରୁତ୍ୱ ଦିଆଯାଇଛି।
ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏନେଇ ସୂଚନା ଦେଇଛନ୍ତି । ଆଜିର ବୈଠକରେ ୫ଟି ପଞ୍ଜିକା ପ୍ରକାଶକ ଯୋଗଦାନ କରିବା ସହିତ ବାର୍ଷିକ ପର୍ବପର୍ବାଣି ଅନୁମୋଦିତ ହୋଇଛି ।
ସେହିପରି ଶ୍ରୀମନ୍ଦିର ସମ୍ବନ୍ଧୀୟ ଯାନିଯାତ୍ରା ନେଇ ସହମତି ହୋଇଛି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।
ବିଶେଷକରି ୫ଟି ପଞ୍ଜିକାର ପାଣ୍ଡୁଲିପିକୁ ନେଇ ଆଲୋଚନା ହୋଇଛି। ମହାପ୍ରଭୁଙ୍କ ନୀତିକାନ୍ତି ତିଥି ନେଇ ସମସ୍ତେ ସହମତ ହେଲେ ।
ରାଧାରମଣ, କୋହିନୂର, ଅରୁଣଦୋୟ ପଞ୍ଜିକା ପାଣ୍ଡୁଲିପି ମିଳିଛି। ଭାଗ୍ୟଦୀପ, ଜିଏନ୍ ତ୍ରିପାଠୀ ପଞ୍ଜିକା ପାଣ୍ଡୁଲିପି ମିଳିଛି। ଏନେଇ ଚିଠା ଅନୁମୋଦିତ ହୋଇଛି କେହି ଭୁଲ ତଥ୍ୟ ଦେବେନାହିଁ ।
ସହମତି ପରେ ଯଦି ବିଭ୍ରାନ୍ତିକର ଏବଂ ଭୁଲ ତଥ୍ୟ ଦିଅନ୍ତି ତାହେଲେ କଡା କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।
ଭୁଲ ରହିଲେ ଶ୍ରୀମନ୍ଦିର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ସବକମିଟି ଗଠନ କରାଯାଇଛି।
ସମସ୍ତ ଜନସାଧାରଣ ପର୍ବପର୍ବାଣିରେ ଏହି ପାଞ୍ଚୋଟି ପଞ୍ଜିକାକୁ ଗ୍ରହଣ କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।