Odisha News

ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି: ବିଜେପି-ବିଜେଡି ମଧ୍ୟରେ ଚାଲିଛି କଡ଼ା ଟକ୍କର

ଭୁବନେଶ୍ୱର,୨୬/୨: ୫ଟି ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ୩ ଦିନ ଧରି ଭୋଟ୍ ଗଣତି ଚାଲିବ। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ଏହି ୩ ଦିନରେ ୧ ଲକ୍ଷ ୫୬ ହଜାର ୭୫୩ ଓ୍ୱାର୍ଡ ମେମ୍ବର, ୩୨ ହଜାର ୮୬୦ ସରପଞ୍ଚ, ୨୭ ହଜାର ୩୪ ସମିତି ସଭ୍ୟ ଓ ୩ ହଜାର ୩୩୯ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଗଣତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ସବୁ ଜିଲ୍ଲାର ବ୍ଲକ ସଦର ମହକୁମାରେ ଗଣତି କେନ୍ଦ୍ର ଖୋଲା ଯାଇଛି। ଗଣତି କେନ୍ଦ୍ର ନିକଟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଲାଗି ବ୍ୟାରିକେଡ୍ କରାଯାଇଛି। ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନ୍ର ଭୋଟ ଗଣାଯିବ। କାଲି ୩୦୭ ଓ ପରଦିନ ୨୨୯ ଜିଲ୍ଲା ପରିଷଦ ଜୋନ୍ର ଭୋଟ୍ ଗଣା ହେବ।
ଆଜି ପ୍ରଥମ ଦିନରେ କେଉଁଠି ବିଜେପି ଆଗରେ ଅଛି ତ ଆଉ କେଉଁଠି ବିଜେଡି ଆଗରେ ଅଛି। ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ଚାଲିଥିବା ଦେଖିବାକୁ ମିଳିଛି । ଜାଣନ୍ତୁ, କେଉଁ ପ୍ରାର୍ଥୀ କେଉଁଠି ଆଗରେ ଅଛନ୍ତି…

Related Posts

Seo wordpress plugin by www.seowizard.org.