Odisha News

ନୟାପଲ୍ଲୀ ଜମି ଜବରଦଖଲ ମାମଲା, ଭଙ୍ଗା ହେଲା ମୁଖ୍ୟ ଅଭିଯୁକ୍ତ ରାଘବ ଜେନାର ଘର

ଭୁବନେଶ୍ବର,୧୨/୪ : ୧୦ କୋଟି ଟଙ୍କାର ଜମି ପାଇଁ କୋଟିଏ ଟଙ୍କାର ବଟି ଘଟଣାରେ କମିସନରେଟ୍ ପୁଲିସ ଆକ୍ସନ ମୋଡ଼ ଦେଖାଇଛି। ଏହି ଘଟଣାରେ ନୟାପଲ୍ଲୀ ଥାନା ପୁଲିସ ଗତକାଲି ଅନ୍ୟ ୫ ଜଣ ବାଉଁସରଙ୍କୁ ଗିରଫ କରିଛି। ଉକ୍ତ ଅଭିଯୁକ୍ତମାନ ହେଲେ ଶିବ ପ୍ରସାଦ ବିଶୋଇ, ପ୍ରଭାତ ସାହୁ, ଲତିଫ ଖାନ, ଫିରୋଜ ଖାଁ ଓ ଏସ୍.କେ.ମୁସ୍ତାଖିମ। ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ଘର ଖୋର୍ଦ୍ଧା ଓ ୨ ଜଣଙ୍କ ଘର ଜଟଣୀ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ଭୁବନେଶ୍ୱରରେ। ଏହି ଘଟଣାରେ ବ୍ୟବହୃତ ୨ଟି ଜେସିବି ଜବତ ହୋଇଛି।
ତେବେ ଜାଣିବାକୁ ମିଳିଛି ଯେ ମାଷ୍ଟର ମାଇଣ୍ଡ ରାଘବ ଜେନା ଘରେ ପୁଲିସ୍ ବୁଲଡୋଜର ଚଢ଼ାଇବ। ସରକାରୀ ଜମିରେ କରିଥିବା ୩୦ରୁ ଅଧିକ ଘରକୁ ପୁଲିସ୍ ଭାଙ୍ଗିବ। ଏ ନେଇ ବିଡିଏ ବିଏମସି ସାହାୟତରେ ପୁଲିସ୍ ପକ୍ଷରୁ ଏକ ନୋଟିସ୍ ଜାରି ହୋଇଛି।
ଆଜି ଝାରପଡାରେ ଅପରାଧୀଙ୍କ ଘର ଉପରେ ବୁଲଡୋଜର ଚାଲିବ। ଗତକାଲି ଏହି ଘଟାଣରେ ୫ ଅଭିଯୁକ୍ତ ଗିରଫ ହୋଇଥିଲେ। ମାଷ୍ଟର ମାଇଣ୍ଡ ରାଘବ ଜେନା ଏବେ ବି ଫେରାର ଅଛ। ତାକୁ ଧରିବା ପାଇଁ ୩ ଟି ସ୍ପେଶାଲ ଟିମ ରାଜ୍ୟ ଓ ରାଜ୍ୟ ବାହାରେ ଚଢ଼ାଉ ଚଳାଇଥିଲା।

Related Posts

Seo wordpress plugin by www.seowizard.org.