Odisha News

ନୟାଗଡ଼ :ସ୍ବାୟତ୍ତ ଶାସନ ଦିବସ ପାଳନ

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧/୯: ନୟାଗଡ ପୈାରପରିଷଦ ପକ୍ଷରୁ ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଭୋର ସମୟରେ ରାମଧୁନ ପରିବେଷଣ ହେବା ସହ ସହରରେ ବିଭିନ୍ନ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ମାନଙ୍କୁ ମାଲ୍ୟାର୍ପଣ କରାଯାଇଥିଲା।
ଏଥିସହିତ ପୈାର ପରିଷଦ କାର୍ଯ୍ୟାଳୟରେ ପ୍ରସଙ୍ଗରେ ପୈାର ଅଧ୍ୟକ୍ଷା ନିରୁପମା ଖଟେଇ ପତାକା ଉତ୍ତୋଳନ କରିଥିଲେ। ଅପରାହ୍ନ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ଼ ବିଧାୟକ ଡ ଅରୁଣ କୁମାର ସାହୁ ଯୋଗଦେଇ ସହରର ବିକାଶ ମୁଳକ କାର୍ଯ୍ୟ ଆଗେଇ ଚାଲିଛି, ସହର ବିକାଶ ରେ ବାଇପାସ୍ ମୁଖ୍ୟ ଭୂମିକା ନିର୍ବାହ କରିବ ବୋଲି ପ୍ରକାଶ କରିଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ଡ଼ ପୋମା ଟୁଡୁ ଯୋଗଦେଇ ନୟାଗଡ଼ ପ୍ରକୃତିର ଗନ୍ତାଘର , ସହର କୁ ଉନ୍ନତି ପଥରେ ଆଗେଇ ନେବାପାଇଁ ସମସ୍ତ ଙ୍କ ଭାଗିଦାରୀ ନିତ୍ୟାନ୍ତ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ।
ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସୁବାସ ଚନ୍ଦ୍ର ରାୟ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୈାର ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା ସମସ୍ତ କାଉନସିଲର ଯୋଗଦେଇଥିଲେ। ମ୍ୟୁନିସିପାଲଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ବାତୀ ମିଶ୍ର ସମ୍ପାଦକୀୟ ବିବରଣୀ ପାଠ କରିବା ସହ ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ସୂଚନା ଦେଇଥିଲେ।

Related Posts

Seo wordpress plugin by www.seowizard.org.