Odisha News

ନୟାଗଡ଼ : ବିଭିନ୍ନ ସାଙ୍ଗଠନିକ ପଦବୀରୁ ଇସ୍ତଫା ଦେଲେ ସମାଜସେବୀ ପ୍ରମୋଦ ପଟ୍ଟନାୟକ

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୭/୮: ବିଭିନ୍ନ ସାଙ୍ଗଠନିକ ପଦବୀ ରୁ ଆନୁଷ୍ଠାନିକ ଭାବେ ଇସ୍ତଫା ଦେଲେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ( ବନୁ ଭାଇ)। ଇସ୍ତଫା ସମ୍ପର୍କରେ ୨୨ ମେ ମାସ ୨୦୨୨ ତାରିଖ ରେ ପୁର୍ବତନ ମନ୍ତ୍ରୀ ତଥା ବିଧାୟକ ନୟାଗଡ଼ ଡ. ଅରୁଣ କୁମାର ସାହୁ ଙ୍କୁ ତାଙ୍କର ଇସ୍ତଫା ସମ୍ପର୍କରେ ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରିଥିଲେ।
ଗତ ତିନି ମାସ ଧରି ଶ୍ରୀ ପଟ୍ଟନାୟକ ବିଦେଶ ଗସ୍ତରେ ଥିବାରୁ ନୟାଗଡ଼ ରେ ପହଞ୍ଚିବା ପରେ ଆଜି ଆନୁଷ୍ଠାନିକ ଭାବେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ମୋ ସ୍କୁଲ ଯୋଜନା ସଂଯୋଜକ, ମୋ କଲେଜ ଷ୍ଟିଅରିଂ କମିଟି ସଭ୍ୟ , ନୟାଗଡ଼ କ୍ଲବ୍ ସଭାପତି, ଏବଂ ବିଭିନ୍ନ ଅନୁଷ୍ଠାନ ର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି।
ସୁଚନା ଯୋଗ୍ୟ ଗତ ଏପ୍ରିଲ ୩୦ ତାରିଖ ପରିଚାଳନାଗତ ଆର୍ଥିକ ତୃଟି କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଶ୍ରୀ ପଟ୍ଟନାୟକ ବୃଦ୍ଧା ଶ୍ରମ ସମର୍ପଣ ରୁ କାର୍ଯ୍ୟକାରୀ ସଭାପତି ପଦରୁ ନୟାଗଡ଼ ଜିଲ୍ଲାପାଳ ଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଥିଲେ।
ପୁର୍ବଭଳି ଶ୍ରୀ ପଟ୍ଟନାୟକ ତାଙ୍କର ସମସ୍ତ ସମୟ ସମାଜସେବା ଏବଂ ନୟାଗଡ଼ ର ସାମଗ୍ରୀକ ବିକାଶ କ୍ଷେତ୍ରରେ ବିନିଯୋଗ କରିବେ ବୋଲି ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି।

Related Posts

Seo wordpress plugin by www.seowizard.org.