Odisha News

ନୟାଗଡ଼ ଜିଲ୍ଲାରେ ଆନ୍ତର୍ଜାତୀୟ କନ୍ୟାସନ୍ତାନ ଦିବସ ପାଳନ

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୧୧୦: ଅଦ୍ୟ ପୂର୍ବାହ୍ନ ଘ.୧୦.୩୦ମି. ସମୟରେ ସମଗ୍ର ଶିକ୍ଷା, ନୟାଗଡ଼ ଆନୁକୂଲ୍ୟରେ ଆନ୍ତର୍ଜାତୀୟ କନ୍ୟାସନ୍ତାନ ଦିବସ ଜିଲ୍ଲା ପରିଷଦର ସୃଜନ ସଭାଗୃହରେ ପାଳିତ ହୋଇଅଛି ।
ଆୟୋଜିତ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜିକା ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ, ଜିଲ୍ଲା ସୂଚନା ଓ ସଂପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ , ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଆଶିଷ ଅଗ୍ରଓାଲ, ସମାଜସେବୀ ଶ୍ରୀ ଅରୁଣ କୁମାର ମହାନ୍ତି, ମୁଖ୍ୟବକ୍ତା ଭାବେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ. ବାନାମ୍ବର ପୃଷ୍ଟି ଅଂଶ ଗ୍ରହଣ କରି ବାଳିକା ଶିକ୍ଷା , ସ୍ୱାସ୍ଥ୍ୟ ତଥା ସେମାନଙ୍କର ସାମଗ୍ରିକ ବିକାଶ ଉପରେ ସ୍ୱ ସ୍ୱ ମତ ପ୍ରକାଶ କରିଥିଲେ ।
ସରକାରୀସ୍ତରରେ ବିଭିନ୍ନ ପ୍ରୋତ୍ସାହନ ଉପରେ ଗୁରୁତ୍ୱ ଦେଇ ବାଳିକାମାନଙ୍କୁ ନିର୍ଭିକ ହୋଇ ଆତ୍ମ ବିଶ୍ୱାସର ସହ ବଂଚିବା ପାଇଁ ଅତିଥିମାନେ ପରାମର୍ଶ ଦେଇଥିଲେ ।
ବିଦ୍ୟାଳୟ, କ୍ଲଷ୍ଟର, ବ୍ଲକସ୍ତରରୁ ମନୋନିତ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ନେଇ ଜିଲ୍ଲାସ୍ତରରେ ତର୍କ, ଚିତ୍ରାଙ୍କନ ଓ ସଙ୍ଗୀତ ପ୍ରତିଯୋଗିତା ହୋଇଥିଲା । କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଏ-୧ ଗ୍ରେଡ୍ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ନୟାଗଡ଼ ପୌର ପରିଷଦ ଅନ୍ତର୍ଗତ କଲେଜ ଲେନ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନୟାଗଡ଼ ବ୍ଲକ ଅନ୍ତର୍ଗତ ଏମ.ଜି. ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିରୁଡ଼ା,ଶରଣକୁଳ ନାରାୟଣୀ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ବାଳିକା ଶିକ୍ଷା , ସ୍ୱାସ୍ଥ୍ୟ ଓ ଅଧିକାରକୁ ନେଇ ସଙ୍ଗୀତ ଓ ନାଟକ ପରିବେଷଣ କରିଥିଲେ । ଶେଷରେ ବାଲ୍ୟ ବିବାହକୁ ବିରୋଧ କରି ସମସ୍ତ ଅଂଶ ଗ୍ରହଣକାରୀମାନେ ଏକ ଶପଥ ପାଠ କରିଥିଲେ ।
ନୟାଗଡ଼ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଅର୍ଚ୍ଚନା କହଁରଙ୍କ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ ମିନି ସଭାଗୃହରେ ଅପରାହ୍ନ ୪ଘଟିକା ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦିଲିପ କୁମାର ବଳଙ୍କ ସଭାପତିତ୍ୱରେ ଆନ୍ତର୍ଜାତୀୟ କନ୍ୟାସନ୍ତାନ ଦିବସ ପାଳିତ ହୋଇଅଛି ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବଳ ଜିଲ୍ଲାସ୍ତରରେ ବାଳିକାମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ । ଏହି ବୈଠକରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ଯୋଗ ଦେଇ ବାଳିକାମାନେ ପ୍ରକୃତରେ କନ୍ୟାରତ୍ନ ।
ସେମାନେ ସେମାନଙ୍କ ଅଧିକାର ବିଷୟରେ ଜାଣିଲେ ଜିଣିବେ । ଜିଲ୍ଲା ଶିଶୁ ସୁରକ୍ଷା କାର‌୍ୟ୍ୟାଳୟର ଶ୍ରୀ ସତ୍ୟ ରଂଜନ ଦାଶ ଯୋଗ ଦେଇ ବାଳିକାମାନଙ୍କ ନିର୍ଭିକତା ଉପରେ ପ୍ରାଧାନ୍ୟ ଦେଇଥିଲେ । ୮ଟି ବ୍ଲକରୁ ଆସିଥିବା ସଖି ସହେଲିମାନେ ଅତିଥିମାନଙ୍କ ସହ ନିଜର ଅନୁଭୂତିକୁ ବାଂଟିଥିଲେ ।
ଏହି ବୈଠକରେ ଜିଲ୍ଲାର ସିଡିପିଓ ଓ ସୁପରଭାଇଜରମାନେ ଯୋଗଦାନ କରିଥିଲେ । ଆକ୍ସନଏଡ୍ ର ଜିଲ୍ଲା ସଂଯୋଜିକା ଇପସିତା ଅଗ୍ରଓାଲ ବୈଠକକୁ ସଂଯୋଜନା କରିଥିଲେ ।

ନୟାଗଡ଼ ଜିଲ୍ଲା ପ୍ରଶାସନ ଓ ଜମାକାରୀ ମିଳିତ ମଞ୍ଚ ବୈଠକରେ କୌଣସି ଜମାକାରୀଙ୍କୁ ଜମାଟଙ୍କା ଫେରସ୍ତରୁ ବାଦ ନଦେବାକୁ ନିଷ୍ପତ୍ତି

ନୟାଗଡ଼, ୧୧/୧୦: ଆଜି ଅପରାହ୍ନରେ ନୟାଗଡ଼ ଜିଲ୍ଲା ପ୍ରଶାସନ ଓ ଜମାକାରୀ ମିଳିତ ମଞ୍ଚର କର୍ମକର୍ତ୍ତାମାନେ ଏକ ମିଳିତ ବୈଠକରେ ଵସି ତଦନ୍ତ କମିଶନଙ୍କ ୭ପର୍ଯ୍ୟାୟର ସୁପାରିଶ ଏଵଂ ଓପିଡା ସ୍ଵତନ୍ତ୍ର କୋର୍ଟଙ୍କ ରାୟ ଭିତ୍ତିରେ ନୟାଗଡ଼ ଜିଲ୍ଲାର କୌଣସି ଜମାକାରୀ ଟଙ୍କା ଫେରସ୍ତରୁ ବଞ୍ଚିତ ହେବେ ନାହିଁ ବୋଲି ସର୍ଵ ସମ୍ମତ ନିଷ୍ପତ୍ତି ହୋଇ ଅଛି।
ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲିପ ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜମାକାରୀ ମିଳିତ ମଞ୍ଚର ରାଜ୍ୟ ସମ୍ପାଦକ ମଧୁସୁଦନ ଵିଶ୍ଵାଳ, ଯୁଗ୍ମ ଆବାହକ ଅନୁରାଧା ସୁବୁଦ୍ଧି, ଜିଲ୍ଲା ଉପଦେଷ୍ଟା ତଥା ନୟାଗଡ଼ ଵାର ଆସୋସିଏସନ୍ ର ସଭାପତି ରଣଜିତ ଦାସ, ଜମାକାରୀ ମିଳିତ ମଞ୍ଚର ସଞ୍ଜୟ ମହାପାତ୍ର, ତ୍ରୀନାଥ ପଣ୍ଡା ମାନସ ମିଶ୍ର, ନିଳମଣୀ ପାତ୍ର, କୁଳମଣି ପୃଷ୍ଟି,ସତ୍ୟାନନ୍ଦ ସାହୁ,ଅଖିଳ ପ୍ରଧାନ,ଦିଲ୍ଲୀପ ରାଉତ,ବିଜୟ ଡୋରା, ଭାଗିରଥି ସାହୁ, ମହେନ୍ଦ୍ର ରାଉତ, ଶୁକଦେବ ପଣ୍ଡା,ପ୍ରମୋଦ ମହାନ୍ତି, ବଳରାମ ନାୟକ, ଶ୍ରୀମତୀ ପ୍ରମୋଦା ସ୍ବାଇଁ ,ନବ କିଶୋର ନାୟକ ପ୍ରମୁଖଙ୍କ ସହ ଏକାଧିକ ତହସିଲଦାର ଓ ଆର ଆଇ ଯୋଗ ଦେଇ ଜମାଟଙ୍କା ଫେରସ୍ତ ପାଇଥିବା ଜମାକାରୀ ତାଲିକା ଉପରେ ଆଲୋଚନା ସହ, ଜାଞ୍ଚ ପରେ ଇଣ୍ଡେମନିଟି ଵଣ୍ଡ ଦେଇ ପାରି ନଥିବା ଜମାକାରୀ କିଭଳି ଇଣ୍ଡେମନିଟି ଵଣ୍ଡ ଦେବେ, ଜାଞ୍ଚ ବେଳେ ଅନୁପସ୍ଥିତ ଥିବା ଜମାକାରୀ କିଭଳି ଜାଞ୍ଚ ଅନ୍ତର୍ଭୁକ୍ତ ହେବେ ସେ ନେଇ ଆଲୋଚନା କରାଯାଇ ଏହି ପ୍ରକାରର କୌଣସି ଜମାକାରୀ ଯେଭଳି ଟଙ୍କା ଫେରସ୍ତ ପ୍ରକ୍ରିୟାରୁ ବାଦ ନପଡିଵେ ସେଥିପ୍ରତି ଗୁରୁତ୍ଵ ଦିଆଯାଇଥିଲା।
ଵେନିଙ୍ଗ୍ ଅଫ୍ ଅନରେଗୁଲେଟେଡ ଡିପୋଜିଟ ସ୍କିମ୍ (ଵଡସ) ଆଇନ ଏଵଂ ଓଡିଶା ପ୍ରୋଟେକଶନ ଅଫ୍ ଡିପୋଜିଟର୍ସ ଆକ୍ଟ (ଓପିଡା) ଆଇନ ଭିତ୍ତିରେ ଜମାକାରୀମାନେ ଜିଲ୍ଲାପାଳ ଓ ତହସିଲଦାରଙ୍କ ଠାରେ କ୍ଲେମ ଆଵେଦନ ଦାଖଲ କଲେ ଏହି କ୍ଲେମ ଵାଵଦରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ଵାରା ଜମା ଫେରସ୍ତ ଵାଵଦରେ ଜିଲ୍ଲା ପ୍ରଶାସନ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଆଲୋଚନା କରାଯାଇଛି।
ମୋଟାମୋଟି ଭାବେ କ୍ଷତିଗ୍ରସ୍ତ ଜମାକାରୀ ଜାଞ୍ଚ, ଇଣ୍ଡେମନିଟି ଵଣ୍ଡ ଦାଖଲ ଓ ଟଙ୍କା ଫେରସ୍ତରୁ ବାଦ ନପଡିଵା ପାଇଁ ନିଷ୍ପତ୍ତି ହୋଇ ଅଛି। ଏହି ପ୍ରକ୍ରିୟାରୁ ବାଦ ପଡିଥିବା ଜମାକାରୀ ମଞ୍ଚ ସହାୟତାରେ ସେ ସୁଯୋଗ ନିଅନ୍ତୁ ବୋଲି ଏହି ବୈଠକରୁ ଆହ୍ଵାନ ଦିଆଯାଇଛି।
ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡ଼ିଶାର ତରଫରୁ ନୟାଗଡ଼ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ
ନୟାଗଡ଼,୧୧/୧୦: ସ୍ଥାନୀୟ ହାଉସିଂ ବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ,ଓଡିଶାର ନୟାଗଡ଼ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଜିଲ୍ଲା ପ୍ରମୁଖ ଶ୍ରୀଧର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି।
ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର କୁନି କୁନି ଶିଶୁ ବୈଜ୍ଞାନିକ ମାନଙ୍କ ଦ୍ବାରା ଏହି ବିଜ୍ଞାନ ମେଳାରେ ମୋଟ ୬୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ସକାଳ ୧୦ଟାରେ କାର୍ଯ୍ୟକ୍ରମ ଉଦଘାଟନ ହୋଇଥିଲା ବେଳେ ଅପରାହ୍ନ ୦୨ ଟାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଯୋଗଦେଇ କୁନିକୁନି ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ବିଜ୍ଞାନ ଯୁଗରେ ପ୍ରତ୍ୟେକ ଛାତ୍ରଛାତ୍ରୀ ବିଜ୍ଞାନ ଅନୁସନ୍ଧିତ୍ସୁ ହେବା ପାଇଁ ପରାମର୍ଶ ଦେଇଥିଲେ।
ବିଜ୍ଞାନ ମେଳାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଆଜିର ବିଜ୍ଞାନ ମେଳା ପ୍ରକଳ୍ପ ଗୁଡିକୁ ମୂଲ୍ୟାୟନ କରିବା ପାଇଁ ବିଚାରକ ତଥା ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଅନାଦି ଚରଣ ମହାନ୍ତି , ସମଗ୍ର ଶିକ୍ଷା ଅଭିଯାନର ରାଜ୍ୟ ରିସୋର୍ସ ପର୍ସନ ରବି ନାରାୟଣ ପାତ୍ର ,ପିଣ୍ଡିକେଶ ଆଞ୍ଚଳିକ ମହାବିଦ୍ୟାଳୟର ଜୀବ ବିଜ୍ଞାନ ଅଧ୍ୟାପକ ଆଲୋକ ଚନ୍ଦ୍ର ସାମନ୍ତରାୟ ଓ ଲେଙ୍କୁଡିପଡା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ସୌଦାମିନୀ ସ୍ବାଇଁ ଯୋଗଦେଇ ପ୍ରକଳ୍ପ ଗୁଡିକୁ ମୂଲ୍ୟାୟନ କରିଥିଲେ।
ବରିଷ୍ଠ ବର୍ଗରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ର ହନିମେଷ ଡାକୁଆ ପ୍ରଥମ ହୋଇଥିଲା ବେଳେ ପ୍ରିତିଶ୍ ବିଶ୍ବାଳ ଦ୍ବିତୀୟ ଓ ଅଙ୍କିତା ଶୁଭଦର୍ଶିନୀ ୩ୟ ସ୍ଥାନ ଅଧିକାର କରିଛନ୍ତି।
ସେହିପରି ଉପ ବରିଷ୍ଠ ବର୍ଗରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ର ବିଶ୍ବବିଜିତା ମହାନ୍ତି ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ଭାପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ଅମୀୟ ଶ୍ରୀଚନ୍ଦନ ଦ୍ବିତୀୟ ଓ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ର ସଚିନ୍ ପାତ୍ର ୩ୟ ସ୍ଥାନ ଅଧିକାର କରିଛନ୍ତି।
କନିଷ୍ଠ ବର୍ଗରେ ଭାପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରିୟମ୍ବଦ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ମାଳିସାହିର ଅରୋଲିପ୍ସା ପ୍ରିୟଦର୍ଶିନୀ ଦ୍ବିତୀୟ ଏବଂ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ର ଲକ୍ଷ୍ମୀପ୍ରିୟା ନାୟକ ୩ୟ ସ୍ଥାନ ଅଧିକାର କରିଛନ୍ତି।
ଉପ କନିଷ୍ଠ ବର୍ଗରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ର କାଳିଆ କାହ୍ନୁ ବିଶ୍ବାଳ ପ୍ରଥମ ହୋଇଥିଲା ବେଳେ ସ୍ମ୍ରୁତି ପ୍ରିୟା ସାହୁ ଦ୍ବିତୀୟ ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଖମାରସାହି ର ସମ୍ଭାବନା ପରିଡା ୩ୟ ସ୍ଥାନ ଅଧିକାର କରିଛନ୍ତି।
ଏହି ପ୍ରକଳ୍ପ ଗୁଡିକ ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳାରେ ଭାଗନେବା ପାଇଁ ଚୟନ ହୋଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ସଂସ୍ଥାନ ଜିଲ୍ଲ କାର‌୍ୟ୍ୟକର୍ତ୍ତା ଅବିନାଶ ସାହୁ ସହଯୋଗ କରିଥିଲାବେଳେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ର ସମସ୍ତ ଗୁରୁଜୀ ଗୁରୁମା ମାନେ ଅକ୍ଳାନ୍ତ ପରିଶ୍ରମ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ବିଦ୍ୟାଳୟର ପ୍ରିୟମ୍ବଦା ଗୁରୁମା ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲାବେଳେ ଜିଲ୍ଲା ସଂଯୋଜକ ମନୋରଂଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Related Posts

Seo wordpress plugin by www.seowizard.org.