Odisha News

ନୟାଗଡ ଚିନିକଳ କୁ ବୁଡେଇଦେଲେ : ବିଧାୟକ ଅରୁଣ ସାହୁ

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୦/୯: ନୟାଗଡ କଂଗ୍ରେସ ହଜାର ଦିନରେ ହଜାର ଶିଳ୍ପ ନାରା ଦେଇ ୧୯୮୮ ମସିହାରେ ନୟାଗଡ ରେ କୃଷିଭିତ୍ତିକ ଚିନି ଶିଳ୍ପ ପ୍ରତିଷ୍ଠା କରିଥିଲେ ତତ୍କାଳୀନ ଯୋଗଜନ୍ମା ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ । ନୟାଗଡରେ ଆଖୁଚାଷୀଙ୍କ ପାଇଁ କଂଗ୍ରେସ ସରକାର କରିଥିଲା ଏହି ତାଜମହଲ ।
ଚିନିକଳ ବହୁ ବର୍ଷ ଚାଲିଲା ପରେ ଆଜି ବୁଡି ଯାଇଛି ଆଉ ଏହି ଚିନିକଳ କୁ ବୁଡେଇଛନ୍ତି ନୟାଗଡ ବିଧାୟକ ଅରୁଣ ସାହୁ ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବି ରଣଜିତ ଦାଶ ।
ରୁଗ୍ଣ ଚିନିକଳକୁ ନିର୍ବାଚିତ ହେବାର ୭ ଦିନ ପରେ ପୁଣି ଚଲେଇବା ପାଇଁ ୨୦୧୯ ନିର୍ବାଚନରେ ନୟାଗଡ ବାସୀଙ୍କୁ ପ୍ରତିଶୃତି ଦେଇ ଚାଷିକୂଳଙ୍କ ବିଶ୍ୱାସଭାଜନ ହୋଇ ନିର୍ବାଚନ ଜିତିବା ପରେ ଚିନିକଳ ଚଳାଇବା ପରିବର୍ତ୍ତେ ବୁଡାଇଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ ବିଧାୟକ ।
ତତ୍କାଳୀନ ବାଲୁଗାଁ ସରପଞ୍ଚଙ୍କୁ ତଥା ବ୍ଲକ ବିଜେଡ଼ି ସଭାପତିଙ୍କୁ ଲଗାଇ ଚିନିକଳ ବନ୍ଦ କରିବା ପାଇଁ ଧାରଣା ଆନ୍ଦୋଳନ ଚଳାଇଥିଲେ । ଚିନିକଳ କର୍ମଚାରୀ ମହାସଂଘ ଗଠନ କରାଯାଇ କର୍ମଚାରୀଙ୍କୁ ନାନାଦି ହଇରାଣ ହରକତ କରି ଚିନିକଳ ବନ୍ଦ କରାଯାଇ ଥିଲା ।
ତା ପରଠାରୁ ଚିନିକଳ ଯନ୍ତ୍ରଂଶ ଚୋରି ପ୍ରକ୍ରିୟା ଜାରି ରହିଛି ।ଚିନିକଳ ବାସ୍ତବ ସ୍ଥିତି ପରଖିବା ପାଇଁ ଆଜି ଆମ ଚିନିକଳ ଅବସ୍ଥା ଦେଖିବା ପରେ ଆଖିରେ ଲୁହ ଆସି ଯାଇଥିଲା ।
ଆଉ କୌଣସି ଯନ୍ତ୍ରଂକ୍ଷଶ ସେଠାରେ ନାହିଁ, ସବୁ ଚୋରି ହୋଇ ଗଲାଣି ।
ପ୍ରତିଦିନ ପ୍ରାୟ ୨୦ ଜଣ ଜେନେରେଟର କଟର ଲଗାଇ ମୂଲ୍ୟବାନ ଯନ୍ତ୍ର୍ରାନ୍ସ ଚୋରି କରି ନେଇଯିବା ପରେ ଏବେ ବଡ଼ବଡ଼ ଲୁହା ଖଣ୍ଡ କୁ ମଧ୍ୟ କାଟି ନିଆଯାଉଛି । ଚିନିକଳ ସୁରକ୍ଷା ପ୍ରସଙ୍ଗରେ ମାନ୍ୟବର ହାଇକୋର୍ଟ ଜିଲ୍ଲପାଳ ଏବଂ ଏସପି ଙ୍କୁ ସୁରକ୍ଷା ଦାୟିତ୍ୱ ଦେଇଥିଲେ କିନ୍ତୁ ସୁରକ୍ଷା ଅଭାବରୁ ଖୋଲାଖୋଲି ଚୋରି ଚାଲିଛି ।
ଆନ ନୟାଗଡ ଚିନିକଳରେ ବାର୍ଷିକ ଦେଢ଼ଲକ୍ଷ ଟନ ଅଖୁ ପେଡା ଯାଉଥିଲା ।ଆଖୁଚାଷୀ, ପରିବହନ କର୍ମଚାରୀ, ଚିନିକଳ କର୍ମଚାରୀ ଏମିତି ପ୍ରାୟ ୧୦ ହଜାର ପରିବାର ଏଇ ଚିନିକଳ ରୁ ରୋଜଗାର ପାଉଥିଲେ କିନ୍ତୁ ଚିନିକଳ ବନ୍ଦ ପାଇଁ ସମସ୍ତେ ରୋଜଗାର ହରାଇଛନ୍ତି ବୋଲି କଂଗ୍ରେସ କହିଛି ।

Related Posts

Seo wordpress plugin by www.seowizard.org.