Odisha News

ନୟାଗଡ଼ : ସମର୍ପଣ ବୃଦ୍ଧାଶ୍ରମର ୨୮ଲକ୍ଷ ଟଙ୍କାର ଦାନ ଅର୍ଥରାଶି ଅନିୟମିତତା ମାମଲା

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୫/୧ ନୟାଗଡ଼ ଡିଆର୍ଡିଏ ରୋଡସ୍ଥିତ ଲେଖନପୁର ଗ୍ରାମଠାରେ ସ୍ଥାପିତ ସମର୍ପଣ ବୃଦ୍ଧାଶ୍ରମରେ ଗତ ୨୦୨୦ ଠାରୁ ୨୦୨୨ ମସିହା ମଧ୍ୟରେ ବିଭିନ୍ନ ବଦାନ୍ୟ ବ୍ୟକ୍ତିବିଶେଷ ମାନଙ୍କ ଠାରୁ ସଂଗୃହିତ ୨୮ଲକ୍ଷ ଟଙ୍କା ଦାନ ଅର୍ଥରାଶି ଖର୍ଚ୍ଚ କରିବାରେ
ପରିଚାଳନା ପରିଷଦ ଏବଂ ସାଧାରଣ ସଭ୍ୟଙ୍କ ଅଗୋଚରରେ ଖର୍ଚ୍ଚର ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗରେ ନୟାଗଡ଼ ଏସ୍ଡିଜେଏମ୍ ଅଭିଯୋଗକାରୀ ଏବଂ ସାକ୍ଷ୍ୟମାନଙ୍କର ବୟାନକୁ ଭିତିକରି ସମର୍ପଣର ପୂର୍ବତନ ସମ୍ପାଦକ ଅରୁଣ କୁମାର ମହାନ୍ତି ଏବଂ କୋଷାଧ୍ୟକ୍ଷ ଧିରେନ୍ଦ୍ର କୁମାର ପଟ୍ଟନାୟକଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧ ଆଇନ୍ର ଦଫା ୪୦୬/୪୨୦/୩୪ ଦଫା ଭଳି ଧର୍ଭବ୍ୟ ଅପରାଧରେ ଆଗାମୀ ଫେବୃଆରୀ ୯ ତାରିଖରେ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁନିର୍ଦ୍ଦେଶ ଦେଇଛନ୍ତି ।
ପୂର୍ବତନ ସମ୍ପାଦକ ଏବଂ କୋଷାଧ୍ୟକ୍ଷଙ୍କୁ ଫେବୃଆରୀ ୯ରେ କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶପ୍ରକାଶଥାଉ କି, ଅଭିଯୋଗକାରୀ ସମର୍ପଣର ପୂର୍ବତନ କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକ ଏ ସମ୍ପର୍କରେ ତତ୍କାଳିନ ଜିଲ୍ଲାପାଳ ଡ. ପୋମା ଟୁଡ଼ୁ ଏବଂ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକଙ୍କୁ ବାରମ୍ବାର ସମ୍ପାଦକ ଏବଂ କୋଷାଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟ ଏବଂ ଏକତରଫା ଖର୍ଚ୍ଚ ସମ୍ପର୍କରେ ଲିଖିତଭାବେ ଜଣାଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ତେଣୁ ଶ୍ରୀ ପଟ୍ଟନାୟକ ନୟାଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।
କିନ୍ତୁ କେସ୍ ତଦନ୍ତକାରୀ ଅଧିକାରୀଙ୍କ ବେପରୁଆ ତଦନ୍ତ ଅଭିଯୁକ୍ତଙ୍କୁ କ୍ଲିନ୍ଚିଟ୍ ଦେଇଥିଲା । ପୋଲିସର ଏକପାଖିଆ ସାଉସୁଆଗିଆ ତଦନ୍ତ ପ୍ରତିବାଦରେ ଅଭିଯୋଗକାରୀ ଶ୍ରୀ ପଟ୍ଟନାୟକ ଅଦାଲତର ଦ୍ବାରସ୍ଥ ହୋଇଥିଲେ । ଅଭିଯୋଗକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନ୍ଜୀବୀ ରଣଜିତ୍ ଦାଶ ପକ୍ଷ ରଖିଥିଲେ ।

Related Posts

Seo wordpress plugin by www.seowizard.org.