Odisha News

ନୟାଗଡ଼: ରୋଟାରୀ କ୍ଲବର ୩୧ ତମ ଅଧିଷ୍ଠାନ ଉତ୍ସବ ପାଳନ

ନୟାଗଡ଼,୩/୭: ନୟାଗଡ଼ ରୋଟାରୀ ଭବନ ଠାରେ ରୋଟାରୀ କ୍ଲବର ୩୧ ତମ ଅଧିଷ୍ଠାନ ଉତ୍ସବ ପାଳନ ହୋଇଯାଇଛି ।୧୯୯୦ ମସିହାରୁ କ୍ଲବ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଆଜି ପର‌୍ୟ୍ୟନ୍ତ କେହିବି ଜଣେ ମହିଳା ସଭାପତି ହୋଇନଥିଲେ । ପ୍ରଥମ ମହିଳା ସଭାପତି ଭାବେ ଶ୍ରୀମତୀ ନିରୁପମା ପଟ୍ଟନାୟକ ଶପଥ ପାଠ କରିଛନ୍ତି। ସମ୍ପାଦକ ଭାବେ ମିହିର ରଂଜନ ନାୟକ ମନୋନୀତ ହୋଇଥିବା ଜଣାପଡିଛି। ନିଃସ୍ୱାର୍ଥପର ସେବା ପାଇଁ ରୋଟାରୀ କ୍ଲବ ର ମୁଖ୍ୟ ସଂଯୋଜକ ପ୍ରମୋଦ ପଟ୍ଟନାୟକ ଓ ଡାକ୍ତର ଦିବସ ଅବସରରେ ଡାକ୍ତର ଭୁବନେଶ୍ୱର ଶୁକ୍ଳା ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

Related Posts

Seo wordpress plugin by www.seowizard.org.