Odisha News

ନୟାଗଡ଼ ରେ ପାଳନ ହେଲା ଘୋଷଯାତ୍ରା

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨/୭ : ଶୁକ୍ରବାର ନୟାଗଡ଼ରେ ବହୁ ଆଡମ୍ବରରେ ପାଳିତ ହୋଇଛି ରଥଯାତ୍ରା। ଦୁଇ ବର୍ଷର ବହୁ ପ୍ରତିକ୍ଷିତ ପରେ ଭକ୍ତମାନେ ଦର୍ଶନ ପାଇଛନ୍ତି ଚତୁର୍ଦ୍ଧାମୂର୍ତ୍ତିଙ୍କର। ଭୋର ତିନି ଘଣ୍ଟାରୁ ନୀତି ଆରମ୍ଭ ହୋଇ ଗୋଟି ପହଣ୍ଡିରେ ରଥାରୁଢ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତି ।
ଦିନ ତିନିଟାରେ ଛେରାପହଁରା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ଭକ୍ତ ମାନଙ୍କ ପାଇଁ ମନ୍ଦିର ବେଢ଼ା ଭିତରେ ଅଭଡ଼ା ର ସୁବ୍ୟବସ୍ଥା କରାଯାଇଥିବା ବେଳେ ଭକ୍ତମାନଙ୍କ ପାଇଁ ଅନନ୍ୟା ଫାଉଣ୍ଡେସନ, ଭିମରାଓ ସେବା ସଙ୍ଗଠନ ଏବଂ ବିଭିନ୍ନ ସଂସ୍ଥା ତରଫରୁ ଦହି ପାଣି ବ୍ୟବସ୍ଥା କରାଯାଇଥିଲା। ଜିଲ୍ଲା ସୂଚନା ଲୋକସମ୍ପର୍କ ବିଭାଗ ଏବଂ ଦେବୋତ୍ତର ବିଭାଗ ତରଫରୁ ଭକ୍ତ ମାନଙ୍କୁ ପ୍ରତି ମୂହୁର୍ତ୍ତ ର ସୂଚନା ପ୍ରଦାନ କରାଯାଉଥିଲା।
ଛୋଟ ପିଲାମାନେ ନିଜେ ରଥ ନିର୍ମାଣ କରି ରଥ ଟାଣିବା ବିଶେଷ ଆକର୍ଷଣ ଥିଲା। ନୟାଗଡ଼ ପରମ୍ପରା ଅନୁଯାୟୀ ଦୁଇ ଦିନ ରଥଯାତ୍ରା ହେଉଥିବା ବେଳେ ଆଜି ରଥଟଣା ଯାଇ ଅଧା ରାସ୍ତା ରେ ରହିଥିବା ବେଳେ ଦେବୀ ସୁଭଦ୍ରାଙ୍କ ରଥ ମହିଳା ଭକ୍ତ ମାନେ ଟାଣିଥିଲେ।ଆସନ୍ତା କାଲି ରଥ ଗୁଣ୍ଡିଚା ମନ୍ଦିର ରେ ଲାଗି ସମସ୍ତ ନିତି କାନ୍ତି ଆରମ୍ଭ ହେବ।

Related Posts

Seo wordpress plugin by www.seowizard.org.