Odisha News

ନୟାଗଡ଼ ରଥଯାତ୍ରା ପ୍ରସ୍ତୁତି ବୈଠକ

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୮/୬: ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଙ୍କ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଆରକ୍ଷୀ ଅଧିକ୍ଷକ ଆଲେଖ ପହି , ମ୍ୟୁନିସିପାଲଟି ଅଧ୍ୟକ୍ଷା ନିରୁପମା ଖଟେଇ, ଡିଏସପି ସନ୍ତୋଷ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।
ରଥ ନିର୍ମାଣ ପାଇଁ ୫୩ ଲଗ କାଠର ଆବଶ୍ୟକତା ଥିବା ବେଳେ କାଠର ଅଭାବ ଲାଗି ରଥ ନିର୍ମାଣ ଚିନ୍ତା ର କାରଣ ହେଇଛି। ଆବଶ୍ୟକ କାଠ ପାଇଁ ବନଖଣ୍ଡ ଅଧିକାରୀଙ୍କୁ ଚିଠି କରାଯାଇଥିଲେ ମଧ୍ୟ ବନଖଣ୍ଡ ଅଧିକାରୀ କାଠ ଯୋଗାଇଦେବା ପାଇଁ ରୋକ ଠୋକ ମନା କରିଦେଇଛନ୍ତି।
କାଠର ଆବଶ୍ୟକତା ଦେଖି ବୈଠକ ରେ ଉପସ୍ଥିତ ଥିବା କିଛି ବ୍ୟକ୍ତି କାଠ ଦେବାପାଇଁ ପ୍ରସ୍ତାବ ଦେଇଥିଲେ। ସେହିପରି ପରମ୍ପରା ଅନୁଯାୟୀ ସ୍ନାନ ପୂର୍ଣ୍ଣିମା ଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ସମସ୍ତ କାର‌୍ୟ୍ୟ ସମାପନ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଥିଲା। ଜନ୍ ସମାଗମ କୁ ଦୃଷ୍ଟିରେ ରଖି ସମସ୍ତ ଜରୁରୀକାଳୀନ ବିଭାଗକୁ ଯାତ୍ରା ସମୟରେ ଉପସ୍ଥିତ ରହିବା ପାଇଁ ସୂଚନା ଦିଆଯିବା ଲାଗି ପ୍ରସ୍ତାବ ଗୃହୀତ ହୋଇଅଛି।
ଏହି ବୈଠକରେ ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ ଶ୍ବାତୀ ମିଶ୍ର, ନୟାଗଡ଼ ଟାଉନଥାନା ଅଧିକାରୀ ପ୍ରଜ୍ଞା ପାରମିତା ଜେନା, ବନଖଣ୍ଡ ଏସିଏଫ ଶ୍ବେତଲିନା ସାହୁ ଏବଂ ବହୁ ବୁଦ୍ଧିଜୀବୀ, ସାମ୍ବାଦିକ ଉପସ୍ଥିତ ଥିଲେ।

Related Posts

Seo wordpress plugin by www.seowizard.org.