Odisha News

ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ବୈଠକ

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୯/୮ : ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସଭା ବରିଷ୍ଠ ନାଗରିକ ଗୋଷ୍ଠୀ କେନ୍ଦ୍ର ଠାରେ ସଭାପତି ପ୍ରମୋଦ ପଟ୍ଟନାୟକ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି।
ସମ୍ପାଦକ ଦୁର୍ଯୋଧନ ସାହୁ ଗତ ବୈଠକର ବିବରଣୀ ପଠା କଲାପରେ ମଞ୍ଚ ର ସଭ୍ୟ ବିଶ୍ବନାଥ ନାୟକ, ଅମୁଲ୍ୟ ମହାନ୍ତି,କୁବେର ସାହୁ, ନିରଞ୍ଜନ ନାୟକ, ଅଭିମନ୍ୟୁ ପରିଡ଼ା, ଡ଼ ଗଣେଶ୍ୱର ମିଶ୍ର, ଆଉରଙ୍ଗଜେବ, ଗୋବିନ୍ଦ ମିଶ୍ର, କୃପାସିନ୍ଧୁ ପଣ୍ଡା, ଗୋପାଳ ଚନ୍ଦ୍ର ମିଶ୍ର ପ୍ରମୁଖ ଆଲୋଚନା ରେ ଭାଗନେଇ ସଙ୍ଗଠନ କୁ ଅଧିକ ରୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ପ୍ରସ୍ତାବ ରଖିଥିଲେ।
ସେପ୍ଟେମ୍ବର ୧୮ ତାରିଖ ରେ ଜିଲ୍ଲାର ବିଭିନ୍ନ ବ୍ଲକ ରେ କାର୍ଯ୍ୟରତ ବରିଷ୍ଠ ନାଗରିକ ମଞ୍ଚ ମାନଙ୍କର। ପ୍ରତିନିଧି ମାନଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଭବିଷ୍ୟତ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବା ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଛି।
ଆଜିର ସଭାରେ ଭାପୁର,ବାଉଁଶିଆପଡା , ରାଜ ସୁନାଖଳା ପ୍ରତିନିଧି ମାନଙ୍କ ସମେତ ବରିଷ୍ଠ ଶିକ୍ଷକ ନେତା ବୈକୁଣ୍ଠନାଥ ପ୍ରଧାନ ପ୍ରମୁଖ ସେମାନଙ୍କର ଅନୁଭୂତି ସମ୍ପର୍କରେ ଆଲୋଚନା କରିଥିବା ବେଳେ କୋଷାଧ୍ୟକ୍ଷ ପଞ୍ଚାନନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Related Posts

Seo wordpress plugin by www.seowizard.org.