Odisha News

ନୟାଗଡ଼ ଜିଲ୍ଲାକୁ ସବୁଜ ସୁନ୍ଦର ରଖିବା ପାଇଁ ଭାପୁର ବ୍ଲକ କୃଷି ବିଭାଗ ଅଧିକାରୀ ଙ୍କ ଦ୍ୱାରା ବୃକ୍ଷ ରୋପଣ

କିଶୋର ମହାପାତ୍ର ଙ୍କ ରିପୋର୍ଟ

ନୟାଗଡ଼,୧୯/୭ ବୃକ୍ଷ ହିଁ ଜୀବନ । ପରିବେଶ କୁ ସ୍ବଚ୍ଛ , ସୁରକ୍ଷିତ ଓ ଜୀବଜଗତ କୁ ବଞ୍ଚାଇ ରଖିବାକୁ ବୃକ୍ଷ ରୋପଣ ନିହାତି ଆବଶ୍ୟକ । ଜଙ୍ଗଲ ସୁରକ୍ଷିତ ରହିଲେ ଜୀବଜଗତ ସୁରକ୍ଷିତ ରହିବ। ନୟାଗଡ଼ ଜିଲ୍ଲାକୁ ସବୁଜ ସୁନ୍ଦର କରି ଜିଲ୍ଲା କୁ ପ୍ରଦ୍ୟୁଷଣ ମୁକ୍ତ ରଖିବା ପାଇଁ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ କୃଷି ବିଭାଗ ଅଧିକାରୀ ରବିନ୍ଦ୍ର ନାଥ ପଣ୍ଡା ଓ ଆତ୍ମା ର ଅଧ୍ୟକ୍ଷ ବିଜୟ କୁମାର ସାମନ୍ତରାୟ ପ୍ରୟାସ ଜାରି ରଖିଛନ୍ତି । ଭାପୁର ବ୍ଲକର ସମସ୍ତ କୃଷକ ସାଥୀ ମାନଙ୍କୁ ଏକତ୍ରିତ କରି କୋଭିଡି୍ ନିୟମକୁ ଦୃଷ୍ଟିରେ ରଖି ଗୋଷ୍ଠୀ କୃଷି ଅଧିକାରୀ ଓ କୃଷି ସୂଚନା ପରାମର୍ଶ କାର‌୍ୟ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ।
ଏହି କାର‌୍ୟ୍ୟକ୍ରମ ରେ ବୈଷୟିକ କୃଷି ଅଧିକାରୀ ପ୍ରିତିରଞ୍ଜନ ଜଝାର ସିଂ, ଗ୍ରାମ୍ୟ କୃଷି କର୍ମଚାରୀ ସଦାଶିବ ପଣ୍ଡା, ଭାପୁର ବ୍ଲକ କୃଷକ ସାଥୀ ସଭାପତି ନବ କିଶୋର ପଣ୍ଡା , ପୂର୍ବତନ ସଭାପତି ଶ୍ରୀନିବାସ ପଣ୍ଡା , ସମ୍ପାଦକ ସୁଶାନ୍ତ କୁମାର ପ୍ରଧାନ , ପବିତ୍ର କୁମାର ସାହୁ ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ ।
ବୃକ୍ଷ ରୋପଣ କାର‌୍ୟ୍ୟକ୍ରମ କୁ ସଫଳ କରିବା ପାଇଁ ନୟାଗଡ଼ ବନ ବିଭାଗ ପକ୍ଷରୁ ୫୦ ରୁ ଉର୍ଦ୍ଧ ଅଁଳା, ଦେବଦାରୁ , ନିମ୍ବ , ବଉଳ , ଅଶୋକ ଆଦି ଗଛର ଚାରା ଯୋଗାଇ ଦିଆଯାଇଥିଲା ।

Related Posts

Seo wordpress plugin by www.seowizard.org.