Odisha News

ନୟାଗଡ଼ରେ ବିଜେପି ତରଫରୁ ରାଣୀ ପ୍ରତ୍ୟୁଷା ଏବଂ ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ ରୋଡ଼ସୋ

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୫/୩: ନୟାଗଡ଼ରେ ବିଜେପି ତରଫରୁ ରାଣୀ ପ୍ରତ୍ୟୁଷା ଏବଂ ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ଅଜି ଏକ ବିଶାଳ ବାଇକ ରୋଡ଼ସୋ। ନୟାଗଡ଼ ଘଡୁଆଳ ପେଟ୍ରୋଲ ପମ୍ପ ଠାରୁ ବାହାରି ନୟାଗଡ଼ ମୁଖ୍ୟ ରାସ୍ତା ଦେଇ ଚଣ୍ଡୀବସ୍ତ ପର୍ଯ୍ୟନ୍ତ ଯାଇଥିଲା।
ଏହି ବାଇକ ରୋଡ଼ସୋରେ ବହୁଳ ପରିମାଣର ବାଇକରେ ଶତାଧିକ କର୍ମୀ ରୋଡ଼ସୋ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।କର୍ମୀ ମାନେ ବିଜେପିର ସ୍ଲୋଗାନ କରି ଆଗାମୀ ଦିନରେ ନୟାଗଡ଼ରେ ପରିବର୍ତନ ଆଣିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଉଥିଲେ।
ଏହି ବିଶାଳ ରୋଡ଼ସୋ ରେ ରାଣୀ ପ୍ରତ୍ୟୁଷା ଓ ସମ୍ବିତ ପାତ୍ରଙ୍କୁ ଜନସାଧାରଣ ଆଶ୍ରିବାଦ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିବା ସହ ଆଗାମୀ ନିର୍ବାଚନରେ ନୟାଗଡ଼ରେ ପରିବର୍ତନ ହେବ ବୋଲି ସାଧାରଣରେ ଚର୍ଚା ଜୋର ରେ ହେଉଥିବା କଥା ଶୁଣିବାକୁ ମିଳୁଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାନ ସଭା କ୍ଷେତ୍ରର ଆଗ ଧାଡ଼ିର ନେତୃବୃନ୍ଦ ଯୋଗଦେଇଥିଲେ ।

Related Posts

Seo wordpress plugin by www.seowizard.org.