Odisha News

ନୟାଗଡ଼ରେ ପୋଲିସ ପ୍ରତିଷ୍ଠା ଦିବସ ପାଳିତ, ସ୍ମୃତିରଞ୍ଜନ ମହାନ୍ତି ଶ୍ରେଷ୍ଠ ଏ ଏସ ଆଇ ଭାବେ ପୁରସ୍କୃତ

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧/୪ : ନୟାଗଡ଼ ରିଜର୍ଭ ପୋଲିସ ପଡିଆଠାରେ ୮୮ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥ୍ ଭାବେ ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ଅଲେଖ ପହି ଯୋଗଦେଇଥିଲେ । ଏହି ଅବସରରେ ମିଳିତ ପରେଡର ଅଭିବାଦନ ଗ୍ରହଣ କରିଥିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ । ସମସ୍ତ ପୁଲିସ ଅଧିକାରୀଙ୍କ କାର୍ଯ୍ୟକୁ ମୁଖ୍ୟ ଅତିଥ୍ ପ୍ରଶଂସା କରିଥିଲେ ।
ପୁଲିସ ଜନସାଧାରଣଙ୍କର ନିକଟତର ହୋଇ କାର‌୍ୟ୍ୟ କରିବା ପାଇଁ ଆରକ୍ଷୀ ଅଧିକ୍ଷକ ପରାମର୍ଶ ଦେଇଥିଲେ । ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କିଛି କର୍ମଚାରୀଙ୍କୁ ଆରକ୍ଷୀ ଅଧୀକ୍ଷକ ମାନପତ୍ର ସହ ସମ୍ବର୍ଦ୍ଧିତ କରିଥିଲେ ।
ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶ୍ରେଷ୍ଠ ଏସଆଇ ଭାବେ ସଦର ଥାନାରେ କାର୍ଯ୍ୟରତ ସ୍ମୃତି ରଞ୍ଜନ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଥିଲା । ଏଥ୍ ସହିତ ଏଏସଆଇ
ପ୍ରଦୀପ କୁମାର ମହାପାତ୍ର, ହାବିଲଦାର ବିଭୁତି ଭୁଷଣ ମହାରଣା, କନେଷ୍ଟବଳ ଦିଲ୍ଲୀପ କୁମାର ବେହେରା, ଟ୍ରାଫିକ କନେଷ୍ଟବଳ ପ୍ରଜ୍ଞାନନ୍ଦ ପଣ୍ଡା ଓ ଏପିଆର କନେଷ୍ଟବଳ ବିଭୁତି ଭୁଷଣ ଖୁଣ୍ଟିଆଙ୍କ ଆରକ୍ଷୀ ଅଧୀକ୍ଷକ ସମ୍ମାନିତ କରିଥିଲେ ।

Related Posts

Seo wordpress plugin by www.seowizard.org.