Odisha News

ନୂଆବର୍ଷରେ ଚାଷୀଙ୍କୁ ବଡ଼ ଉପହାର ଦେଲେ ମୋଦୀ ସରକାର

ନୂଆଦିଲ୍ଲୀ, ୧/୧ : ନୂଆ ବର୍ଷର ପ୍ରଥମ କ୍ୟାବିନେଟ କୃଷକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ଡିଏପି ସାର ପ୍ରସ୍ତୁତକାରୀ କମ୍ପାନି ପାଇଁ ସ୍ୱତନ୍ତ୍ର ପ୍ୟାକେଜକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ସାର ପ୍ରସ୍ତୁତକାରୀ କମ୍ପାନିକୁ ମିଳୁଥିବା ସବସିଡି ବ୍ୟତୀତ ଏବେ ସରକାର ଆର୍ଥିକ ସହାୟତା ଦେବେ ।
ଫଳରେ ଚାଷୀଙ୍କୁ ସାର କିଣିବା ବେଳେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ । ପୂର୍ବାପେକ୍ଷା କମ ଦାମରେ ଚାଷୀ ସାର କିଣି ପାରିବେ ।
ଏହା ବାଦ୍ ଫସଲ ବୀମା ଯୋଜନାକୁ କୃଷକଙ୍କ ପାଇଁ ଅଧିକ ଆକର୍ଷକ କରିବା ସଂପର୍କିତ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଫସଲ ବୀମା ଯୋଜନାକୁ ଆହୁରି ସରଳ କରିବା ପାଇଁ ନିୟମରେ ସଂଶୋଧନ କରାଯିବ ।
କେନ୍ଦ୍ର କ୍ୟାବିନେଟ୍ ଆଉ ଏକ ନିଷ୍ପତ୍ତି କ୍ରମେ ବୀମା ଯୋଜନାକୁ କୃଷକଙ୍କ ପାଇଁ ଆହୁରି ଆକର୍ଷକ କରାଯିବ । ଯଦ୍ୱାରା କୃଷକମାନେ ସରଳରେ ବୀମାଭୁକ୍ତ ହୋଇ ପାରିବେ ।
ଫସଲ ବୀମା ଯୋଜନାକୁ ସରଳ କରିବା ପାଇଁ ଏହାର ନିୟମରେ ମଧ୍ୟ ସଂଶୋଧନ କରାଯିବ । ଏଥିରେ ଶସ୍ତା ଦରରେ ଏବଂ ସରଳ ଲନିୟମରେ ଫସଲର ବୀମା କରାଯାଇ ପାରିବ ।

Related Posts

Seo wordpress plugin by www.seowizard.org.