Odisha News

ନୂଆବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ

ପୁରୀ, ୨୨/୧୨ : ଜଗନ୍ନାଥପ୍ରେମୀଙ୍କ ଖୁସିର ଖବର । ଜାନୁଆରୀ ପହିଲାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବେ ଧାଡି ଦର୍ଶନ ପ୍ରକ୍ରିୟା । ୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ହେବ ପୁରୁଣା ପ୍ରକ୍ରିୟା । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।
ଶନିବାର ଶ୍ରୀମନ୍ଦିରରେ ଧାଡି ଦର୍ଶନ ନେଇ ମୁଖ୍ୟ ପ୍ରଶାସକଙ୍କ ସହ ସମୀକ୍ଷା କରିଥିଲେ ଆଇନ୍‌ମନ୍ତ୍ରୀ । କାମ ସନ୍ତୋଷଜନକ ଭାବେ ଚାଲିଥିବା ଦେଖିଥିଲେ । ୨୭ ଏବଂ ୨୮ ତାରିଖ ସୁଦ୍ଧା ଧାଡି ଦର୍ଶନର ପୁରୁଣା ପ୍ରକ୍ରିୟାକୁ ପରିବର୍ତ୍ତନ କରାଯିବ। ଏହାପରେ ପରୀକ୍ଷା ମୂଳକ ଭାବେ ୩୦ ଏବଂ ୩୧ରେ ଧାଡି ଦର୍ଶନ ଆରମ୍ଭ ହେବ ।
ଏହାପରେ ୨୦୨୫ ଜାନୁଆରୀ ୧ ତାରିଖରୁ ନିୟମିତ ଭାବେ ଧାଡି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ । ସାତ ପାହାଚ ଦ୍ୱାର ଦେଇ ପ୍ରବେଶ ଏବଂ ଘଣ୍ଟି-ଗାରଦ ଦ୍ୱାର ଦେଇ ପ୍ରସ୍ଥାନ କରିବାର ବ୍ୟବସ୍ଥା କରାଯାଇଛି । ଘଣ୍ଟି ଦ୍ୱାରରେ ମହିଳା ଏବଂ ବରିଷ୍ଠ ନାଗରିକମାନେ ବାହାରିବେ । ସେହିପରି ଗାରଦ ଦ୍ୱାରରେ ପୁରୁଷଭକ୍ତମାନେ ଦର୍ଶନ କରି ବାହାରିବେ ।

Related Posts