Odisha News

ନୂଆଗାଁ : ଫା ମ୍ପୁଣି – ଗୁନାମାଟି ବିଦ୍ୟାଳୟ ରୁ ଚୋରୀ

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

ନୂଆଗାଁ,୬/୭: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କାପ୍ତା ପଲ୍ଲୀ ପଞ୍ଚାୟତଅଧିନରେ ଥିବା ଫା ମ୍ପୁଣି – ଗୁନା ମାଟି ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଚୋରୀ ହୋଇଛି । ୨୦୦୮ ମସିହାରେ ସ୍ଥାପିତ ହୋଇଥିବା ଏହି ସରକାରୀ ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ରେ ୨୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ପାଠ ପାଠ ପଢ଼ୁଛନ୍ତି । କରୋ ନା ମହାମାରୀ ପାଇଁ ବିଦ୍ୟାଳୟ ବନ୍ଦ ରହିଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତ୍ରରେ କିଛି ଚୋର ବିଦ୍ୟାଳୟ ତାଲା ଭାଙ୍ଗି ,ବିଦ୍ୟାଳୟରୁ ଦୁଇ ବସ୍ତା ଚାଉଳ,ଦୁଇଟି ଗ୍ୟାସ୍ ସିଲିଣ୍ଡର୍,ଏପରିକି ବିଦ୍ୟାଳୟର କିଛି ଆସବାବ ପତ୍ର ଚୋରୀ କରି ନେଇଥିବା ଜଣାପଡିଛି। ସକାଳ ହେବା ପରେ ଗ୍ରାମର କିଛି ଲୋକ ବିଦ୍ୟାଳୟ ଖୋଲା ରହିଥିବା ଦେଖି ,ବିଦ୍ୟାଳୟ ଭିତରକୁ ଯାଇ ଦେଖନ୍ତି ତ ବିଦ୍ୟାଳୟ ରେ ଥିବା ସାମଗ୍ରୀ ନାହିଁ । ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଙ୍କୁ ଜଣାଇବା ପରେ ,ପ୍ରଧାନ ଶିକ୍ଷକ ବାହାଡ୍ ଝୋଲା ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ଘଟଣା ସ୍ଥଳକୁ ଆସି ଘଟଣା ର ତଦନ୍ତ ଜାରି ରଖିଛି। ଲୋକମାନଙ୍କ କହିବା ଅନୁଯାୟୀ ଦିନକୁ ଦିନ କା ପ୍ତାପଲ୍ଲି ପଞ୍ଚାୟତ ରେ ଚୋରୀ ବଢ଼ିବାରେ ଲାଗିଛି।

Related Posts

Seo wordpress plugin by www.seowizard.org.