Odisha News

ନୂଆଗାଁ : ଫାମ୍ପୁଣୀ ଆଦିବାସୀ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

ନୂଆଗାଁ,୧୧/୭:ରାଜ୍ୟ ସରକାରଙ୍କ ଦ୍ଵାରା ଆଦିବାସୀ ଲୋକମାନଙ୍କୁ ପାନୀୟ ଜଳ ଯୋଗାଇଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀ ଙ୍କ ଦାୟିତ୍ଵ ହୀନତା ଯୋଗୁଁ ଆଦିବାସୀ ଲୋକମାନେ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏଭଳି ଏକ ସ୍ପଷ୍ଟ ଚିତ୍ର ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କାପ୍ତାପଲ୍ଲି ପଞ୍ଚାୟତ ଅଧିନରେ ଥିବା ଫାମ୍ପୁଣି ଆଦିବାସୀ ଗ୍ରାମରେ ଦେଖିବାକୁ ମିଳିଛି।୨୫ ରୁ ୩୦ ଟି ପରିବାର ମଧ୍ୟରେ ୧୦୦ ରୁ ଉର୍ଦ୍ଧ୍ବ ଲୋକ ଏହି ଗ୍ରାମରେ ବସବାସ କରନ୍ତି।ଗ୍ରାମରେ ଥିବା ଦୁଇଟି ନଳକୂପ ମଧ୍ୟରୁ ଗୋଟିଏ ନଳକୂପ ଅଧିକାଂଶ ସମୟରେ ପାନୀୟ ଜଳ ବାହାରୁ ନଥିବା ଏବଂ ଅଚଳ ରହୁଥିବା ଯୋଗୁ ଅନ୍ୟ ନଳକୂପ ଟି ଉପରେ ଗ୍ରାମବାସୀ ପାନୀୟ ଜଳ ଓ ନିତ୍ୟ ବ୍ୟବହାର‌୍ୟ୍ୟ ପାଇଁ ନିର୍ଭର କରିଥାନ୍ତି। ଗ୍ରାମକୁ ଏ ପର‌୍ୟ୍ୟନ୍ତ ପାନୀୟ ଜଳ ଯୋଗାଣ ର ବ୍ୟବସ୍ଥା କରାଯାଇନାହିଁ। ତେଣୁ ଗୋଟିଏ ନଳକୂପ ରୁ ପାନୀୟ ଜଳ ନେବା ପାଇଁ ମହିଳା ମାନଙ୍କ ଲମ୍ବା ଧାଡ଼ି ଲାଗିଥାଏ । ଗ୍ରାମବାସୀ ଙ୍କ ପାଇଁ ପାନୀୟ ଜଳର ଅନ୍ୟ କୌଣସି ବ୍ୟବସ୍ଥା ନଥିବା ଯୋଗୁ ଲୋକମାନେ ଗୋଟିଏ ନଳକୂପ ଉପରେ ନିର୍ଭର କରିଥାନ୍ତି। ଫାମ୍ପୁଣି ଆଦିବାସୀ ଗ୍ରାମର ପାନୀୟ ଜଳ ସମସ୍ୟା ଦେଖିଲେ ସ୍ପଷ୍ଟ ବାରିହୋଇ ଥାଏ ବିଭାଗୀୟ ଅଧିକାରୀ ଙ୍କ ଦାୟିତ୍ଵ ହୀନତା ଉପରେ। ଗ୍ରାମର ପାନୀୟ ଜଳ ସମସ୍ୟା ପ୍ରତି ରାଜ୍ୟସରକାର ସ୍ଵତନ୍ତ୍ର ଦୃଷ୍ଟି ଦେଇ ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବା ର ବ୍ୟବସ୍ଥା କରାଇଲେ ଆଦିବାସୀ ଲୋକମାନେ ଉପକୃତ ହେବେ ବୋଲି କହିଛନ୍ତି।

Related Posts

Seo wordpress plugin by www.seowizard.org.