Odisha News

ନୂଆଗାଁ : ଗଞ୍ଜେଇ ଚୋରା ଚାଲାଣ ହେଉଥିଲା ବେଳେ ଦୁଇ ଜଣଙ୍କୁ ଗିରଫ କଲା ପୁଲିସ

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୧୭/୭: ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ନୂଆଗାଁ ଥାନା ଅଂଚଳର ମାଳି ସର ଠାରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା ବେଳେ ପୁଲିସ ବାଇକ୍ ସହ ଦୁଇ ଜଣଙ୍କୁ ଗିରଫ କରିଛି। ଫୁଲବାଣୀ ଜିଲ୍ଲା ରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବାରମ୍ବାର ଗଣ ମାଧ୍ୟମରେ ପ୍ରକାଶ ପାଉଥିଲା।ଫୁଲବାଣୀ ଜିଲ୍ଲା ବାଲିଗୁଡ଼ା ମାଣି କୁଟି ଗ୍ରାମର ପ୍ରଦୀପ ସାହୁ ଓ ଭୀମ ବେହେରା ନାମକ ଦୁଇ ଜଣ ଯୁବକ ଏକ ହିରୋହୋଣ୍ଡା ଡିଲ୍ କ୍ସ ଗାଡ଼ି ନଂ( ଓଡ଼ି ୧୨ ଏ ୧୧୪୪) ରେ ଖୋର୍ଦ୍ଧା ନେଇ ଯାଉଥିଲା ବେଳେ ମହିପୂର ଫାଣ୍ଡି ନିକଟବର୍ତ୍ତୀ ମାଳିସର ଠାରେ ଫାଣ୍ଡି ଅଧିକାରୀ ରମେଶ କୁମାର ଦେବତା ଓ ଷ୍ଟାଫ ମିଶି କୋଭିଡ୍ ୧୯ ପାଇଁ ଚେକିଂ କରିବା ସମୟରେ ବ୍ୟାଗରେ ଗଞ୍ଜେଇ ପ୍ୟାକେଟ ଥିବା ଦେଖିବାକୁ ପାଇଥିଲେ। ଘଟଣା ସ୍ଥଳରୁ ଦୁଇ ପ୍ୟାକେଟ ଗଞ୍ଜେଇ ,ବାଇକ୍ ଓ ଦୁଇ ଜଣ ଯୁବକ କୁ ନୂଆଗାଁ ଥାନା କୁ ଆଣିଥିଲେ ।

ଜବତ କରିଥିବା ଦୁଇଟି ପ୍ୟାକେଟ ଗଞ୍ଜେଇ ଯାହାର ଓଜନ ୮ କେଜି ୧୦୦ ଗ୍ରାମ ବୋଲି ଜଣାପଡିଥିଲା।ଏ ନେଇ ନୂଆଗାଁ ଥାନା ପକ୍ଷରୁ ୫୪/ ୨୦ ରେ ମାମଲା ରୁଜୁ କରିବା ସହ ୨ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନୂଆଗାଁ ଥାନା ଅଧିକାରୀ ମନୋରମା ମଲ୍ଲିକ ସୂଚନା ଦେଇଛନ୍ତି।

Related Posts

Seo wordpress plugin by www.seowizard.org.