Odisha News

ନୂଆଗାଁ :କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଲା ଗତିଶ୍ୱର ମହାବିଦ୍ୟାଳୟ,ବୁଲିଲା ଠେଙ୍ଗା ବାଡ଼ି

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୂଆଗାଁ,୨୩/୧୧: କିଛି ଦିନ ତଳେ ଜଣେ କଲେଜ ଛାତ୍ରୀ ଙ୍କୁ ଭୟାନକ ରାଗିଙ୍ଗ ଘଟଣା ସାରା ରାଜ୍ୟ ରେ ଚହଳ ସୃଷ୍ଟି କରି ଅଭିଯୁକ୍ତ କୋର୍ଟ ଫରୱାର୍ଡ ହେଇଥିବା ବେଳେ ପୁଣି ଆଜି ନୟାଗଡ଼ ଜିଲ୍ଲା ର ଏକ କଲେଜ ପରିସର କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଥିବା ଭିଡିଓ ସୋସିଆଲ ମିଡିଆରେ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି ।
ମିଳିଥିବା ଖବର ଅନୁସାରେ ନୟାଗଡ଼ ସଦରଥାନା ଅନ୍ତର୍ଗତ ମାଳିସାହି ଗତିଶ୍ୱର କଲେଜ ଫାଟକ ଆଗରେ କିଛି ଅସାମାଜିକ ଯୁବକ ଙ୍କ ସହ କଲେଜ ଛାତ୍ର ଙ୍କ ମଧ୍ୟରେ ଠେଙ୍ଗା, ବାଡ଼ି ସାହାଯ୍ୟ ରେ ଉଭୟ ଙ୍କ ମଧ୍ୟରେ ଭୟଙ୍କର ଗଣ୍ଡଗୋଳ ହେଉଥିବା ଜଣାପଡିଛି ।
ଦୁଇ ଦିନ ପୂର୍ବରୁ ଏକ ଛାତ୍ରୀ କୁ ନେଇ କିଛି ଅଶ୍ଳୀଳ ଇଂଗିତ କରି କଲେଜ ଆସୁଥିବା କିଛି ଛାତ୍ର ଙ୍କ ମଧ୍ୟରେ ଯୁକ୍ତି ତର୍କ ସହ ମାରାପିଟି ହୋଇଥିଲା ହେଲେ ରାଗ ସେତିକି ରେ ଶାନ୍ତ ହୋଇନଥିଲା ଫଳରେ ପୁନଶ୍ଚ ଆଜି ଦିବା ୧୨ ଘଟିକା ସମୟ ରେ ଉକ୍ତ ଛାତ୍ର ମାନେ ନିଜ ନିଜ ଗ୍ରାମ ରୁ କିଛି ଅସାମାଜିକ ଯୁବକ ମାନଙ୍କୁ ଡାକି ଆଣି ଭୟଙ୍କର ଗଣ୍ଡଗୋଳ କରିଥିଲେ । ଯାହା କିଛି ସମୟ ପାଇଁ ରଣ କ୍ଷେତ୍ର ପାଲଟିଲା । ଠେଙ୍ଗା ବାଡ଼ି ରେ କମ୍ପିଲା ଅଞ୍ଚଳ ।
ଏପରିକି ତା ଭିତରେ ପଶି ଉଭୟ ଙ୍କୁ ଛଡ଼ାଇବା ସମ୍ଭବ ନଥିଲା । ପରେ ଖବର ପାଇଁ ମାଳିସାହି ଫାଣ୍ଡି ଅଧିକାରୀ ରାଜେନ୍ଦ୍ର କଅଁର ଘଟଣା ସ୍ଥଳ ରେ ପହଞ୍ଚିଥିଲେ ହେଲେ ସେତେବେଳ କୁ ଅଭିଯୁକ୍ତ ମାନେ ଚମ୍ପଟ ମାରିଥିଲେ ତେବେ ଏଭଳି ଗଣ୍ଡଗୋଳ ଦେଖିଲା ପରେ ଅଭିଭାବକ ଙ୍କ ମହଲ ରେ ଛାତ୍ର ଛାତ୍ରୀ ଙ୍କୁ କଲେଜ ଛାଡ଼ିବା ପାଇଁ ସୁରକ୍ଷିତ ମାନେ କରୁନାହାନ୍ତି ।
ଅନ୍ୟ ପକ୍ଷେ ଉକ୍ତ କଲେଜ ରେ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ସାମାଜିକ ବ୍ୟବହାର କୋଠରୀ (କମନରୁମ ) ନଥିବା ବାରମ୍ବାର ଅଭିଯୋଗ ହେଉଥିଲେ ସୁଦ୍ଧା ଏଥି ପ୍ରତି କଲେଜ ଅଧକ୍ଷ କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି । ଫଳରେ ବାଧ୍ୟ୍ୟ ହୋଇ ଛାତ୍ର ଛାତ୍ରୀ ବାହାରେ ବୁଲିବାକୁ ବାଧ୍ୟ୍ୟ ହେଉଛନ୍ତି ଫଳରେ ଅସାମାଜିକ ଯୁବକ ମାନେ ଏଭଳି ଆତଙ୍କ ରାଜ କରୁଛନ୍ତି ।
ତେବେ ଏହି ଛାତ୍ର ଗୁଡିକ ମହାବିଦ୍ୟାଳୟ ର ଯୁକ୍ତ ତିନି ର ବୋଲି ଡ୍ରେସ କୋଡ଼ ରୁ ଜଣାପଡିଛି । ଏନେଇ ମାଳିସାହି ଫାଣ୍ଡି ଅଧିକାରୀ ରାଜେନ୍ଦ୍ର କଅଁର କହିଛନ୍ତି ଆମେ ଯାଇଥିଲୁ ଘଟଣା ସ୍ଥଳକୁ କିଛି ପିଲା ହୋ ହାଲା ହଉଛନ୍ତି ! ତେବେ ଭାଇରଲ ଭିଡିଓ ରୁ ଉକ୍ତ ଅସାମାଜିକ ଯୁବକ ଙ୍କୁ ଚି଼ହ୍ନ ଟ କରି ଦୃଢ କାର‌୍ୟାନୁଷ୍ଠାନ ନେବା ସହ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ତୁରନ୍ତ ଏକ କମନ ରୁମ ଦେବା ପାଇଁ ଅଞ୍ଚଳବାସି ଦାବି କରିଛନ୍ତି ।

Related Posts

Seo wordpress plugin by www.seowizard.org.