Odisha News

ନୀଳଗିରି ବିଧାୟକ ସୁକାନ୍ତ ନାୟକ କରୋନା ରେ ସଂକ୍ରମିତ

ବାଲେଶ୍ୱର,୬/୭: ବାଲେଶ୍ୱର ଜିଲ୍ଲାର ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ପ୍ରଥମ ଥର ପାଇଁ ରାଜ୍ୟର ଜଣେ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି। ନୀଳଗିରି ବିଧାୟକ ସୁକାନ୍ତ ନାୟକ କୋଭିଡ-୧୯ରେ ସଂକ୍ରମିତ ହୋଇଛି ।
ଯାହା ଏବେ ସରକାର ଓ ସ୍ଥାନୀୟ ପ୍ରଶାସନ ପାଇଁ ଚିନ୍ତାର ବଢିବାରେ ଲାଗିଛି ।
ସୂଚନାଯୋଗ୍ୟ ଯେ, ନୀଳଗିରି ବିଧାୟକ ସୁକାନ୍ତ ନାୟକ କୋଭିଡ ସଂକ୍ରମିତ ଜଣାପଡିବା ପରେ ତାଙ୍କୁ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାଜ୍ୟର ପ୍ରଥମ ବିଧାୟକ ଭାବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ନୀଳଗିରି ବିଧାୟକ । ପୂର୍ବରୁ ଥଣ୍ଡା ନଛାଡିବାରୁ ତାଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ତାଙ୍କର ସ୍ୱାବ ସଂଗ୍ରହ କରାଯାଇ , ପରୀକ୍ଷା ପାଇଁ ପଠାଯାଇଥିଲା। ତେବେ ସୋମବାର ଦିନ ତାଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ପୁରା ଅଞ୍ଚଳ ଆତଙ୍କ ଖେଳି ଯାଇଛି।
ସେ ଭୁବନେଶ୍ୱର ଠାରୁ ଆରମ୍ବ କରି ନୀଳଗିରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନ ଗସ୍ତ କରି ବିଭିନ୍ନ କାର‌୍ୟ୍ୟକ୍ରମ କରିଛନ୍ତି। ଏପରିକି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଠାରୁ ଆରମ୍ବ କରି କେନ୍ଦ୍ରମନ୍ତ୍ରୀ ପ୍ରତାପ ସଢଙ୍ଗୀ ଙ୍କ ସହ ଦୁଇଦିନ ପୂର୍ବରୁ ଛତ୍ରପୁରରେ କାର‌୍ୟ୍ୟକ୍ରମ କରିଥିଲେ। ତେବେ ତାଙ୍କୁ କରୋନା ସଂକ୍ରମଣ ହେବାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଶତାଧିକ ଲୋକଙ୍କ ଅଵସ୍ଥା କଣ ହେବ ଏନେଇ ପ୍ରଶ୍ନ ଉଠିଛି। ସୁକାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

Related Posts

Seo wordpress plugin by www.seowizard.org.