Odisha News

ନିଷ୍କ୍ରିୟ କଲା ବେଳେ ଫୁଟିଗଲା ବୋମା! ଜଣେ ହାବିଲଦାର ମୃତ

କଟକ,୧୪/୬: ଜବତ ବୋମା ନିଷ୍କ୍ରିୟ କଲା ବେଳେ ନିଷ୍କ୍ରିୟକାରୀ ପୁଲିସ ଟିମ୍ରେ ଥିବା ଜଣେ ହାବିଲଦାରଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ଅଞ୍ଚଳରେ ଘଟିଛି ଏହି ଅଘଟଣ। ପୁଲିସ ଜବତ କରିଥିବା କିଛି ବୋମା ପାଣିରେ ନିଷ୍କ୍ରିୟ କରିବା ସମୟରେ ହଠାତ୍ ବୋମା ଫୁଟିଯାଇଥିଲା। ଫଳରେ ବୋମା ନିଷ୍କ୍ରିୟ କରୁଥିବା ହାବିଲଦାର ଗୁରୁତର ଆହତ ହୋଇଥିଲେ। ତାଙ୍କୁ କଟକ ଏସସିବି ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ବୋମା ଫୁଟିବା ସମୟରେ ଜୋରରେ ଆଖପାଖ ଅଞ୍ଚଳର ଲୋକେ ଭୟଭୀତ ହୋଇଥିଲେ। ତେବେ ବୋମା ନିଷ୍କ୍ରିୟ ସମୟରେ ଆବଶ୍ୟକ ନିୟମକୁ ଗ୍ରହଣ କରାଯାଇଥିଲା କି ନାହିଁ, ତାହାର ତଦନ୍ତ କରିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି। ଏବେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related Posts

Seo wordpress plugin by www.seowizard.org.