Odisha News

ନିଦ୍ୱର୍ନ୍ଦରେ ବାଲିଗୁଡା ବ୍ଲକ ଅଧ୍ୟକ୍ଷା ପଦ ହାସଲ କଲା ବିଜେଡି

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୨/୩ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚାୟତ ସମିତି ଅଧ୍ୟକ୍ଷା ମତଦାନ ସମାପନ ହୋଇଯାଇଛି କ୍ଷ ଏ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ବାଲିଗୁଡା ବିଜେଡି ବ୍ଲକ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ଅଧ୍ୟକ୍ଷା ପଦ ହାତେଇଥିବା ଜଣାପଡିଛି କ୍ଷ
ବାଲିଗୁଡା ବ୍ଲକ ବାରଖମା ଗ୍ରାମପଞ୍ଚାୟତ ସମିତି ସଭ୍ୟା ମିଶାବତୀ ମଲିକ ବିଜେଡି ପକ୍ଷରୁ ନିର୍ବାଚିତ ହୋଇଥିଲେ କ୍ଷ ବାଲିଗୁଡ଼ା ବ୍ଲକ ଅଧ୍ୟକ୍ଷା ମିଶାବତୀ ମଳିକ ବିଜୟୀ ହେବାପରେ ବାଲିଗୁଡ଼ା ବିଜେଡ଼ି ବ୍ଲକ ସଭାପତି ଟୁନା ଦାସଙ୍କ ନେତୃତ୍ୱ ରେ ଏକ ବିଜୟ ଉତ୍ସବ ପାଳନ କରାଯାଇଛି ଜ୍ଝ
ବାଲିଗୁଡ଼ା ପଞ୍ଚାୟତ ସମିତି କାର‌୍ୟ୍ୟାଳୟ ଠାରୁ ବିଜେଡ଼ି କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିରାଟ ଶୋଭାଯାତ୍ରା କରାଯାଇଥିଲା କ୍ଷ ଏଥିରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ପୂର୍ବତନ ଏନ ଏସି ଅଧକ୍ଷ ଲୋକନାଥ ପାଢ଼ୀ, ଶ୍ରୀନିବାସ ପାତ୍ର ସୁଜିତ ପାଳ, ବିଜେଶ୍ୱର ମଲିକ, ଜିଲ୍ଲା ପରିଷଦ ସଭ୍ୟା ନନ୍ଦିନୀ ମଲିକ, ଆଶିଷ ଦିଗାଲ ଓ ବହୁ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ କ୍ଷ

Related Posts

Seo wordpress plugin by www.seowizard.org.