Odisha News

ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲା, ଭୁବନେଶ୍ୱରରୁ ଆଉ ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ଼୍ବର, ୬/୮: ବହୁ ଚର୍ଚ୍ଚିତ ନିଟ୍ ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ଭୁବନେଶ଼୍ବର ଲିଙ୍କ୍ ସାମ୍ନାକୁ ଆସିଛି । ଏହି ମାମଲାରେ ଭୁବନେଶ଼୍ବରରୁ ଜଣଙ୍କୁ ଗିରିଫ କରିଛି ସବିଆଇ । ସୁଶାନ୍ତ ସାମନ୍ତ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି ସିବିଆଇ । ସୁଶାନ୍ତର ପ୍ରଶ୍ନପତ୍ର ବିତରଣରେ ସଂପୃକ୍ତି ଥିବା ଅଭିଯୋଗ ହୋଇଥିଲା । ସିବିଆଇ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା । ପରେ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ ।
ଭୁବନେଶ଼୍ବରରୁ ସୁଶାନ୍ତଙ୍କୁ ଗିରଫ କରାଯାଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ପୂର୍ବରୁ ନିଟ୍ ମାମଲାରେ ବିହାର, ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟରୁ ଅଭିଯୁକ୍ତମାନଙ୍କୁ ଗିରିଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ।

Related Posts

Seo wordpress plugin by www.seowizard.org.