Odisha News

ନିଖୋଜ ଥିବା ସମିତି ସଭ୍ୟ ପ୍ରାର୍ଥୀଙ୍କ ସ୍ୱାମୀ ମୁମୂର୍ଷ ଅବସ୍ଥାରେ ଉଦ୍ଧାର

ଢେଙ୍କାନାଳ ,୧୮/୨: ନିଖୋଜ ସମିତିସଭ୍ୟା ପ୍ରାର୍ଥୀଙ୍କ ସ୍ବାମୀଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର । ସିମିଳିଆ ଓଭର ବ୍ରିଜ୍ ନିକଟରୁ ଉଦ୍ଧାର କଲା ପୋଲିସ । ବନ୍ଧୁକ ଦେଖାଇ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି ।
ଉଦ୍ଧାର ଯୁବକ ହେଲେ ଶାଙ୍କୁଲେଇ କୁମାରଦେଇପୁରର ଦୀପକ ଦାଶ । ଦୀପକଙ୍କ ପତ୍ନୀ ଶାଙ୍କୁଲେଇ ପଞ୍ଚାୟତର ସମିତିସଭ୍ୟା ପ୍ରାର୍ଥୀ । ଗତ ୧୬ତାରିଖରୁ ତାଙ୍କୁ ତାଙ୍କ ଗ୍ରାମ ନିକଟରୁ ଅପହରଣ କରାଯାଇଥିଲା ।

Related Posts

Seo wordpress plugin by www.seowizard.org.