Odisha News

ନାଲକୋ ଛକ ନିକଟରେ ଦୁର୍ଘଟଣା, ମହିଳାଙ୍କ ଉପରେ ଚଢିଗଲା ବସ୍

ଭୁବନେଶ୍ୱର,୩/୧: ଭୁବନେଶ୍ୱର ନାଲକୋ ଛକରେ ଦୁର୍ଘଟଣା। ବସ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ। ମୃତକ ଜଣକ ସ୍ଥାନୀୟ ରାଧାକୃଷ୍ଣ ବସ୍ତିର ବୋଲି ଜଣାପଡିଛି। ଆଜି ଅପରାହ୍ନ ପ୍ରାୟ ୪ ବେଳେ ଏହି ଘଟଣା ଘଟିଛି।
ଉକ୍ତ ଘରୋଇ ଯାତ୍ରୀବାହୀ ବସ୍ଟି ଭୁବନେଶ୍ୱର ଜୟଦେବ ବିହାରରୁ ପଟିଆ ଦେଇ ଆଠଗଡ ଯାଉଥିଲା। ଟ୍ରାଫିକ୍ ଗ୍ରୀନ୍ ସିଗ୍ନାଲ ଦେଖି ବସ୍ଟି ନାଲକୋ ଛକ ଅତିକ୍ରମ କରୁଥିଲା। ଏହି ସମୟରେ ମହିଳା ଜଣକ ନାଲୋକ ଅଫିସ୍ ପାର୍ଶ୍ୱରୁ ଅପର ପଟକୁ ଯାଉଥିବା ବେଳେ ବସ୍ ଆଗକୁ ଆସି ଯାଇଥିଲେ। ବସ୍ ଧକ୍କା ଦେବାରୁ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା।
ଦୁର୍ଘଟଣା ପରେ ବସ୍ଟି ରାସ୍ତା ମଝିରେ ଅଟକି ରହିବାରୁ ନାଲ୍କୋ ଛକରେ ଅସମ୍ଭାଳ ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଥିଲା। ପୁଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ବସ୍କୁ ରାସ୍ତା ମଝିରୁ ହଟାଇଥିଲା। ଫଳରେ ଗାଡ଼ି ଚଳାଚଳ ସ୍ୱଭାବିକ ହୋଇଥିଲା। ପୁଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

Related Posts

Seo wordpress plugin by www.seowizard.org.