ନଭେମ୍ବର ୧ରୁ ବାଧ୍ୟତା ମୂଳକ ହେବ ,ପଛ ଯାତ୍ରୀଙ୍କ ପାଇଁ ସିଟ୍ ବେଲ୍ଟ ପିନ୍ଧିବା
ନୂଆଦିଲ୍ଲୀ, ୧୫/୧୦: ଏଣିକି ପଛ ସିଟ୍ରେ ବସୁଥିବା ଯାତ୍ରୀଙ୍କ ପାଇଁ ବି ସିଟ୍ ବେଲ୍ଟ ବାଧ୍ୟତା ମୂଳକ ହୋଇଛି । ନଭେମ୍ବର ୧ରୁ ମୁମ୍ବାଇରେ ଏଇ ନିୟମ କଡାକଡି କରାଯିବ । ଯିଏ ନିୟମ ଉଲ୍ଲଂଘ କରିବ ଗଣିବ ମୋଟା ଅଙ୍କର ପାଇନ୍ । ଏନେଇ କଡା ନିର୍ଦ୍ଦେଶ ଯାରିକରିଛି ମୁମ୍ବାଇ ପୋଲିସ୍ । କାର ଡ୍ରାଇଭର ସମେତ ପଛରେ ବସିଥିବା ସମସ୍ତ ଯାତ୍ରୀ ସିଟ୍ ବେଲ୍ଟ ବାନ୍ଧିବା ବାଧ୍ୟତା ମୂଳକ ।
କାର୍ ଦୁର୍ଘଟଣାରେ ଟାଟା ସନ୍ସର ପୁର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ୨ଦିନ ପରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ ପଛରେ ବସିଥିବା ଯାତ୍ରୀଙ୍କ ପାଇଁ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତା ମୂଳକ କରିଥିଲେ ।