Odisha News

ନବ ଦାସଙ୍କ ଦେହାନ୍ତ ପରେ ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ, ଅର୍ଥ ସହ ସମ୍ଭାଳିବେ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱ

ଭୁବନେଶ୍ବର,୩୦/୧: ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ମିଳିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ବ। ନବ ଦାସଙ୍କ ମୃତ୍ୟୁ ପରେ ନିରଞ୍ଜନ ପୂଜାରୀଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସୂଚନାଯୋଗ୍ୟ, ସୋନପୁର ନିର୍ବାଚନ ମଣ୍ଡଳୀରୁ ୫ ଥର ନିର୍ବାଚନ ଜିତିଥିବା ନିରଞ୍ଜନ ପୂଜାରୀଙ୍କୁ ୨୦୧୯ରେ ଅର୍ଥମନ୍ତ୍ରୀ ଦାୟିତ୍ବ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଗତ ନିର୍ବାଚନରେ ବିଜେଡିର ନିରଞ୍ଜନ ପୂଜାରୀ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦ୍ୱୀ ବିଜେପିର ଅଶୋକ ପୂଜାରୀଙ୍କଠାରୁ ୨୫ ହଜାର ୭୨୬ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ।

Related Posts

Seo wordpress plugin by www.seowizard.org.