ନବରଂଗପୁର ଶିକ୍ଷା ବ୍ୟବସ୍ଥା ଧରାଶାୟୀ !
Nabarangpur: Lack of required number of teachers mars education system
By Pritish Chandra
ନବରଂଗପୁର, Oct. 31: ଶିକ୍ଷା ଓ ଶିକ୍ଷକ ଦୁହେଁ ପରସ୍ପର ପରିପୂରକ। ଶିକ୍ଷକଙ୍କ ବିନା ଶିକ୍ଷାର କଳ୍ପନା କରାଯାଇ ନ ପାରେ। ନବରଂଗପୁର ଭଳି ଏକ ଉପାନ୍ତ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ଏଭଳି ଧରାଶାୟୀ ହୋଇ ପଡିଛି ଯେ,ଏହାକୁ ସଠିକ ପଟ୍ରିରେ ଆଣିବା କଷ୍ଟସାଧ୍ୟ। ଗୋଟିଏ ପଟେ ଶିକ୍ଷକ ମରୁଡି ଓ ଅନ୍ୟ ପଟରେ ଶିଖ୍ୟାର୍ଥିଙ୍କ ଅଭାବନୀୟ ପରସ୍ଥିତି ଏହା ବୟାନ କରୁଛି ଯେ,ଆଦର୍ଶ ମାର୍ଗଦର୍ଶନ ବିନା ନବରଂଗପୁର ଜିଲ୍ଲାର ଛାତ୍ରଛାତ୍ରୀ ବିଶୃଙ୍ଖଳିତ ଓ ଲଖ୍ୟସାଧନ ଠାରୁ ଦୂରେଇ ଯାଉଛନ୍ତି। ଯଥାର୍ଥରେ “ଏଜୁକେସନ ଇଜ ଦ ବ୍ୟାକବୋନ ଅଫ ଦ ସୋସାଇଟି” ବୋଲି କୁହାଯାଉଥିବା ବେଳେ ସରକାରଙ୍କ ଉଦାସୀନତା ନବରଂଗପୁର ଜିଲ୍ଲା ପ୍ରତି ଅଭିଶପ୍ତ ପାଲଟିଯାଇଛି।
ଗାନ୍ଧୀଜୀଙ୍କ ମତରେ “ଶିକ୍ଷକଙ୍କ ଜୀବନ୍ତ ପ୍ରଭାବ ଫଳରେ ହିଁ ଶିଖ୍ୟା ସମ୍ଭବପର,ଉତ୍ତମ ଶିଖ୍ୟା ଦ୍ବାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ବଳମୟ କରିବା ସହ ସମାଜରେ ପ୍ରତିଷ୍ଠିତ ହୋଇପାରିବ”। ଏଣୁ, ସ୍ବାଧିନତା ପରଠାରୁ ଶିଖ୍ୟାର ଉନ୍ନତିକୁ ଅଗ୍ରାଧିକାର ଦେବା ଓ ଆଦର୍ଶ ରାଷ୍ଟ୍ରର ନିର୍ମାଣରେ ସହଭାଗିତା ହେବାକୁ ପରାମର୍ଶ ଲୋଡାଯାଉଛି। କିନ୍ତୁ,ନବରଂଗପୁର ଜିଲ୍ଲାରେ ଦୀର୍ଘ ୭୫ ବର୍ଷ ପରେ ବି ଶିଖ୍ୟା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳୁଛି। କେଉଁଠି ଶିଖ୍ୟକଙ୍କ ମରୁଡି ତ’ କେଉଁଠି
ଶିକ୍ଷାର୍ଥୀଙ୍କୁ ନେଇଁ ଝାଟିମାଟି କୁଡିଆରେ ଚାଲିଛି ବିଦ୍ୟାଳୟ। ଜିଲ୍ଲାର ୧୦୫ରୁ ଉର୍ଦ୍ଧ୍ବ ବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କ ଚୌକି ଖାଲି ପଡିଛି। ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କର ସଂଖ୍ୟା ଠାରୁ ଗୋଟିଏ ଦୁଇଟି ଶିଖ୍ୟକଙ୍କୁ ନେଇଁ ବିଦ୍ୟାଳୟ ଚାଲିଛି। ଏହାର ଏକ ଉଦାହରଣ ତେନ୍ତୁଳିଖୁଣ୍ଟି ବ୍ଲକର କଣ୍ଟାଗାଁ ପଞ୍ଚାୟତ ଅନ୍ତର୍ଗତ ଘୂମରଦୋରା ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଏକ ଝାଟିମାଟିରେ ତିଆରି କୁଡିଆ ଘରେ ପଢୁଛନ୍ତି। ସେହିପରି ନନ୍ଦାହାଣ୍ଡି ବ୍ଲକର ଜଗନ୍ନାଥପୁର ପଞ୍ଚାୟତର ଫୁପୁୁଗାଁ ଠାରେ ୮ଟି ଶ୍ରେଣୀ ପିଲାଙ୍କ ପାଇଁ କେବଳ ଦୁଇଟି ଶିଖ୍ୟକଙ୍କୁ ନିଯୁକ୍ତି କରାଯାଇଥିଲା ବେଳେ ବିପଦ ସଙ୍କୁଳ ଗୃହରେ ପିଲାଏ ବସି ପାଠ ପଢୁଥିବା ଦେଖାଯାଇଛି।
ବର୍ଷା ଋତୁ ଆସିଲେ ଝରିଗାଁ ଓ ଚନ୍ଦାହାଣ୍ଡି ଭଳି ବ୍ଲକରେ ବିଦ୍ୟାଳୟକୁ ଯିବା ପାଇଁ ହେଲେ ଛାତ୍ରଛାତ୍ରୀଙ୍କୁ ନିଜ ଜୀବନ ପ୍ରତି ବାଜି ଲଗେଇ ଯିବାକୁ ପଡୁଛି। ଶିଖ୍ୟାନିତୀ ଉପରେ ଏଭଳି ସଙ୍ଗୀନ ଅଭିଯୋଗମାନ ରହିଥିଲେ ସୁଦ୍ଧା ଶିଖ୍ୟକଙ୍କ ବଦଳିକୁ ନେଇଁ ପାତରଅନ୍ତର ଦେଖା ଦେବା ଓ ବିଭାଗୀୟ ଅଧିକାରୀଙ୍କ ବିଦ୍ୟାଳୟ ପରିଦର୍ଶନକୁ ଗୁରୁତ୍ତ୍ବ ଦେବା ଉଚିତ ବୋଲି ଅଭିଭାବକ ମହଲରେ ପ୍ରକାଶ।
ଶିଖ୍ୟା ଖେତ୍ରରେ ଆଦର୍ଶ ବିଦ୍ୟାଳୟ,ଶ୍ରେଣୀଗୃହ,ଶିଖ୍ୟକଙ୍କ ଭୂମିକା,ଛାତ୍ରଛାତ୍ରୀଙ୍କ ଶୃଙ୍ଖଳା,ସମୟାନୁବର୍ତ୍ତିତାକୁ ନେଇଁ ଶିଖ୍ୟାର୍ଥିଙ୍କ ଶାରୀରିକ,ମାନସିକ,ବୌଦ୍ଧିକ ଓ ନୈତିକ ଜ୍ଞାନ ପରିପୁଷ୍ଟ ହୁଏ।
ଏଣୁ ଶାସ୍ତ୍ରରେ କୁହାଯାଇଛି- “ବିଦ୍ୟା ଦଦାତି ବିନୟଂ,ବିନୟତ୍ ଜାତି ପାତ୍ରତାଂ, ପାତ୍ରତାତ୍ ଧନମାପ୍ନୋତି,ଧନାତଧର୍ମଃ ତତସୁଖଂ”।ଶିକ୍ଷକଙ୍କ ଭୂମିକା ପରିବାରର ପିତାମାତାଙ୍କ ଠାରୁ ଅଧିକ ରହିଥିଲା ବେଳେ ଜିଲ୍ଲାରେ ମୋଟ ୧୯୬୪ ସରକାରୀ ଓ ବେସରକାରୀ ସ୍କୁଲ ରହିଛି। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ମୋଟ ୨ ଲଖ୍ୟ ୪୮ ହଜାର ୪୨୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଉଚ୍ଚ ପ୍ରାଥମିକ ସ୍ତରରେ ୫୯୬୮ ଶିକ୍ଷକଓ ମାଧ୍ୟମିକ ବିଦ୍ୟାଳୟରେ ୬୭୫ ଶିକ୍ଷକ ଶିଖ୍ୟାଦାନ କରୁଛନ୍ତି। ଅନ୍ୟ ପଖ୍ୟରେ ଆଦିବାସୀ ଉନ୍ନୟନ ବିଭାଗ ଅଧିନରେ ୮୬ ଗୋଟି ବିଦ୍ୟାଳୟ ରହିଛି। ଛାତ୍ରଛାତ୍ରୀଙ୍କ ବ୍ୟବସ୍ଥାରେ ୧୨୯୭୭ ଛାତ୍ର ଓ ୧୭୧୭୨ ଛାତ୍ରୀ ଉପକୃତ ହେଉଥିବା ବେଳେ ୧୪୨୬ ଛାତ୍ର ୧୪୦୨ ଛାତ୍ରୀ ଦିବାଧ୍ୟାୟୀ ବା ତେ ବୋଡିଂରେ ପାଠ ପଢୁଛନ୍ତି। ସେହିପରି ସୂଚନାନୁଯାୟୀ ଜିଲ୍ଲାର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଞ୍ଜୁରୀପ୍ରାପ୍ତ ୬୯୩୮ ଶିକ୍ଷକଙ୍କ ପଦ ମଧ୍ୟରୁ ୯୭୦ ପଦବୀ ଖାଲି ପଡିଛି। ୨୦୧୬ ମସିହାରୁ ୧୭ଟି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ହୋଇ ନାହାନ୍ତି। ଅନ୍ୟାନ୍ୟ ବିଦ୍ୟାଳୟରେ ଖାଲିଥିବା ଶିକ୍ଷକପଦବୀ ମଧ୍ୟରୁ ୨୨୦ କଳା ଶିଖ୍ୟକଙ୍କ ସ୍ଥାନରେ ୧୪୮ ଅଛନ୍ତି,୧୨୮ ଗଣିତ ଶିକ୍ଷକଙ୍କ ସ୍ଥାନରେ ୮୬ ଜଣ ରହିଛନ୍ତି,ବିଜ୍ଞାନ ଶିକ୍ଷକଙ୍କ ୧୩୩ ଜଣଙ୍କ ସ୍ଥାନରେ ୯୪ ଜଣ ଶିକ୍ଷକକ ଅଛନ୍ତି,୧୦୯ ଜଣ ସଂସ୍କୃତ ଶିଖ୍ୟକଙ୍କ ମଧ୍ୟରୁ ୫୪ ଜଣ ଖାଲି ପଡିଛନ୍ତି। ୮୫ଟି ହିନ୍ଦି ଶିକ୍ଷକଙ୍କ ମଧ୍ୟରୁ ୧୯ଟି ପଦବୀ ଖାଲି ପଡିଥିବା ଜଣାପଡିଛି। ସେହିପରି ୧୦୨ ଖେଳ ଶିକ୍ଷକକ ପଦବୀ ମଧ୍ୟରୁ ୮୧ଟି ଖାଲି ପଡିଛି। କିଛିଦିନ ତଳେ ସରକାରଙ୍କ ୧୫୧ ଜଣଙ୍କୁ ଶିକ୍ଷକଙ୍କ ନିଯୁକ୍ତି ଦେଇଥିବା ବେଳେ ପ୍ରାୟ ୨୫୦ ପଦବୀରେ ଶିଖ୍ୟକ ନିଯୁକ୍ତି ହୋଇନାହାନ୍ତି। ୫୪ଟି ବ୍ଲକ ଗ୍ରାଣ୍ଟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ସମେତ ଅଧାରୁ ଅଧିକ ଶିକ୍ଷକ ପଦବୀ ଖାଲି ରହିଛି।
୨୧ଟି ପୂରାତନ ଓ ୧୦୫ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକଙ୍କ ନିଯୁକ୍ତି ହୋଇପାରିନାହିଁ। ସବୁଠାରୁ ବ୍ୟତିକ୍ରମ ଦେଖାଯାଉଛି ଜିଲ୍ଲାର ବିଇଓ ଏବଂ ଡିଇଓ କାର୍ଯ୍ୟାଳୟରେ। ଦେଖିବାକୁ ଗଲେ ସେଠି ମଧ୍ୟ କର୍ମଚାରୀଙ୍କ ଅଭାବ ଏକରକମ ଶିକ୍ଷାନୀତିକୁ ଆଗେଇ ନେବା କଷ୍ଟସାଧ୍ୟ ହେଉଛି। ଏଠାରେ ୨୦ ଜଣ କର୍ମଚାରୀଙ୍କ ଆବଶ୍ୟକତା ରହିଥିବା ବେଳେ ୧୩ ଜଣ ଅଧିକାରୀ କାର୍ଯ୍ୟରତ ଅଛନ୍ତି। ସେହିଭଳି ସମଗ୍ର ଶିଖ୍ୟା ପ୍ରକଳ୍ପ କାର୍ଯାଳୟରେ ୩୩ ଅଧିକାରୀଙ୍କ ସ୍ଥାନରେ ମାତ୍ର ୨୩ ଜଣ କାମ କରୁଛନ୍ତି। ଅବଶିଷ୍ଟ ୧୦ଟି ଖାଲି ପଡିଛି। ଜିଲ୍ଲାରେ ୧୦ଟି ବ୍ଲକ କାର୍ଯ୍ୟାଳୟରେ ୧୮୦ ପଦବୀ ରହିଥିବା ବେଳେ ମାତ୍ର ୧୪୪ ଜଣ କାର୍ଯ୍ୟରତ ଅଛନ୍ତି। ଆହୁରି ଏକ ନିକଚ୍ଛ ଉଦାହରଣ ଡାବୁଗାଁ ବ୍ଲକର ଏମ୍ ଖୁଟଗୁଡା ଠାରେ ଗତକିଛି ଦିନ ହେଲା ପ୍ରତିବାଦ ସ୍ବରୂପ ଶିକ୍ଷକଙ୍କ ନିଯୁକ୍ତି ଓ ଅତିରିକ୍ତ ଶ୍ରଣୀଗୃହ ନିମନ୍ତେ ୬ ଦିନ ହେଲା ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରେ ତାଲା ଠୁଙ୍କିବା ଏକ ଅପମାନ ସୂଚକ ବିଷୟ ବୋଲି ବୁଦ୍ଧିଜିବୀଙ୍କ ମହଲରେ ପ୍ରକାଶ ପାଉଛି। ଶିକ୍ଷକଙ୍କ ନିଯୁକ୍ତି ନହେବା,ବଦଳିରେ ପାତରଅନ୍ତର ଦେଖାଇବା,ଶ୍ରେଣୀଗୃହ ନଥିବା,ପୋଷାକ ବଣ୍ଟନ ନିମ୍ନମାନର ଦେବା,ମଧ୍ୟାହ୍ନ ଭୋଜନରେ ଦୂର୍ନିତି ପୋଷଣ କରିବା,କେବଳ କାଗଜ କଲମରେ ଶିକ୍ଷା କାର୍ଯ୍ୟକ୍ରମ ଚଳାଇବା କେତେ ଦୂର ସତ୍ୟାସତ୍ୟ ପ୍ରଶାସନ ଓ ସରକାର ଉଭୟେ ଏଥିପ୍ରତି ଉତ୍ତଦାୟୀ ରହିବା ଦରକାର। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ,ଶିଖ୍ୟା ବିଭାଗ,ସରକାର କେତେ ତତ୍ପପରତା ଏହି ଅଞ୍ଚଳର ଛାତ୍ରଛାତ୍ରୀଙ୍କର ଭବିଷ୍ୟତକୁ ନେଇଁ।