Odisha News

ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ମଧ୍ୟାହ୍ନ ଭୋଜନ: ପିଲା ଖାଇବେ ଅଣ୍ଡା-ଲଡୁ

ଭୁବନେଶ୍ୱର, ୨୭/୩ : ରାଜ୍ୟରେ ବିଦ୍ୟାଳୟରେ ବଢ଼ୁଥିବା ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାର ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି ।
ଏଣିକି ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଆଉ ଗୋଟିଏ ଅତିରିକ୍ତ ଅଣ୍ଡା ସହିତ ମିଳିବ ପୁଷ୍ଟିକର ଲଡୁ । ପିଏମ୍ ପୋଷଣ ଯୋଜନାରେ ଏହି ଖାଦ୍ୟ ଦିଆଯିବ । ଏ ନେଇ ସରକାର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।
ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଅତିରିକ୍ତ ଗୋଟିଏ ଅଣ୍ଡା ଏକ ପୋଷଣଯୁକ୍ତ ଲଡୁ ପ୍ରଦାନ କରାଯିବ ।
ମଙ୍ଗଳବାର, ଗୁରୁବାର ଓ ଶନିବାର ଲଡୁ ଦିଆଯିବ । ପ୍ରତ୍ୟେକ ଲଡ୍ଡୁରେ ଖର୍ଚ୍ଚ ହେବ ୩ଟଙ୍କା ୫୦ ପଇସା । ଚିନାବାଦାମ, ରାଶି ଏବଂ ମାଣ୍ଡିଆକୁ ନେଇ ଗୁଡ଼ରେ ପ୍ରସ୍ତୁତ ଲଡୁ ପ୍ରଦାନ କରାଯିବ ।
ଯାହାକି ଆଇରନ୍, ଫାଇବର୍ ଏବଂ ଫ୍ୟାଟ୍ ଭରପୂର ପରିମାଣରେ ରହିବ । ଏହା ବାହାରୁ ନୁହେଁ ବରଂ ସ୍କୁଲରେ ନିୟୋଜିତ ପାଚିକାମାନେ ଏହାକୁ ପ୍ରସ୍ତୁତ କରିବେ ।
ସେହିପରି ଏହି ଯୋଜନା ଆଧାରରେ ଅତିରିକ୍ତ ଅଣ୍ଡା ପ୍ରଦାନ କରାଯିବ । ପୂର୍ବରୁ ସପ୍ତାହକୁ ଦୁଇଟି ଅଣ୍ଡା ମିଳୁଥିବାବେଳେ ବର୍ତ୍ତମାନ ତିନୋଟି ଅଣ୍ଡା ମିଳିବ ।
ସୋମବାର, ବୁଧବାର ଏବଂ ଶୁକ୍ରବାର ଅଣ୍ଡା ଦିଆଯିବ । ଆସନ୍ତା ଏପ୍ରିଲ ୧ ତାରିଖରୁ ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଦଶମ ଶ୍ରେଣୀ ପର‌୍ୟ୍ୟ ନ୍ତ ପିଲାଙ୍କୁ ଏହି ଅଣ୍ଡା ଏବଂ ଲଡୁ ଦିଆଯିବ ।

Related Posts