ନବଙ୍କୁ ହତ୍ୟା ମାମଲା ; ଆଇନମନ୍ତ୍ରୀ କହିଲେ, ଖୁବଶୀଘ୍ର ହେବ ବଡ ନିଷ୍ପତ୍ତି
ଭୁବନେଶ୍ୱର, ୨୩/୧: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାକୁ ନେଇ ପ୍ରତ୍ୟେକ ଦିନ ଆସୁଛି ରୋଚକ ତଥ୍ୟ । ପୂର୍ବରୁ ବିଜେଡ଼ି ସରକାର ଭୟର ମୁହଁ ଚୁପ କରିବା ବ୍ୟକ୍ତିମାନେ ଧିରେ ଧିରେ ଗଣମାଧ୍ୟମ ଆଗରେ ସବୁକିଛି ଓଗାଳି ଦେଉଛନ୍ତି ।
ଏହା ପଛରେ ବଡ଼ ଷଡ଼ଯନ୍ତ୍ର ରହିଥିବା ନେତାଠୁ ଜନତା ସମସ୍ତେ କହୁଛନ୍ତି । ଏହି ଚର୍ଚ୍ଚିତ ହତ୍ୟା ମାମଲାରେ ଆଗାମୀ ତଦନ୍ତ ନେଇ ଖୁବ ଶୀଘ୍ର ନିଆଯିବ ବୋଲି କହିଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଆଇନ ମନ୍ତ୍ରୀ କହିଛନ୍ତି ଯେ ନବ ଦାସଙ୍କ ହତ୍ୟା ମାମଲା ବିଚାରାଧୀନ ଅଛି । ଖୁବଶୀଘ୍ର ସରକାର ନିଷ୍ପତ୍ତି ନେବେ । ବିଭିନ୍ନ ତଥ୍ୟ ଗୋଟି ଗୋଟି କରି ସାମ୍ନାକୁ ଆସୁଛି । ପୂର୍ବ ସରକାର ସମୟରେ ଭୟର ବାତାବରଣ ଥିବାରୁ ଅନେକ ଲୋକ ମୁହଁ ଖୋଲୁ ନଥିଲେ ।
ଏପରିକି ନବ ଦାସଙ୍କ ପରିବାର ଲୋକ ମଧ୍ୟ ମୁହଁ ଖୋଲିବାକୁ ସାହସ କରୁନଥିଲେ । ଏବେ ସେ ଭୟ ଦୂରେଇ ଯାଇଛି। ଅନେକ ତଥ୍ୟ ଧୀରେ ଧୀରେ ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ସେସବୁ ତଥ୍ୟକୁ ହୁଏତ ଆଗାମୀ ଦିନରେ ତଦନ୍ତ ପରିସରଭୁକ୍ତ କରାଯିବ ।
ସବୁ ଘଟଣାକୁ ତଦନ୍ତ ପରିସରଭୁକ୍ତ କଲେ କିଏ ଓ କାହିଁକି ନବ ଦାସଙ୍କୁ ହତ୍ୟା କଲା? ଷଡ଼ଯନ୍ତ୍ରରେ କିଏ ଭାଗିଦାରୀ ? ଏସବୁ କଥା ନିଶ୍ଚିତ ଭାବେ ଆସିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ କିଛି ଦିନ ତଳେ ନବ ଦାସ ପୁଅ ବିଶାଲ ଦାସ ଏବଂ ଝିଅ ଦୀପାଳି ଦାସ ତାଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ କରିବାକୁ ସରକାରଙ୍କୁ ଗଣମାଧ୍ୟମରେ ନିବେଦନ କରି ଥିଲେ ।
ମାତ୍ର ନବଙ୍କ ପରିବାର ପକ୍ଷରୁ ଏ ଯାଏ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଏପରିକି ସିବିଆଇ ତଦନ୍ତ ପାଇଁ ଲିଖିତ ଆକାରରେ ମଧ୍ୟ ଦିଆଯାଇ ନାହିଁ ।