Odisha News

ନକଲି ଅଧାର କାର୍ଡ଼ରେ ବୟସ ଅଧିକ କରି ଚାଲିଥିଲା ବାଲ୍ୟ ବିବାହ,ଖବର ପାଇ ପୋଲିସ୍ ର ଚଢାଉ

ଭୁବନେଶ୍ୱର, ୧୯/୨: ରାଜ୍ୟରେ ଏବେ ବି ଚାଲିଛି ବାଲ୍ୟ ବିବାହ। ଖୋଧ୍ ରାଜଧାନୀ ଭୁବନେଶ୍ୱରରେ ଚାଲିଥିବା ଏକ ବାଲ୍ୟ ବିବାହକୁ ପ୍ରଶାସନ ଅଟକାଇଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଖଣ୍ଡଗିରି ନିକଟ ଡୁମୁଡୁମାରେ ବିବାହ ଚାଲିଥିବା ବେଳେ ପୁଲିସ୍ ଅଟକାଇଥିଲା।
ପୁଲିସ୍, ଚାଇଲ୍ଡ ଲାଇନ୍ ଓ ସିଡିପିଓ ମିଳିତ ଚଢାଉ କରି ବିବାହ ଅଟକାଇଥିଲେ। ଉଦ୍ଧାର ନାବାଳିକାକୁ ଚାଇଲ୍ଡଲାଇନକୁ ପ୍ରଶାସନ ହସ୍ତାନ୍ତର କରିଛି।
କୁହାଯାଉଛି ଯେ କନ୍ୟାକୁ ବାହାଘର ବୟସ ହୋଇନଥିବା କଥା ଚାଇଲ୍ଡ ଲାଇନ୍ ରେ ଅଭିଯୋଗ ହୋଇଥିଲା।
ପରେ ଉଦ୍ଧାର ହୋଇଥିବା ବାଲ୍ୟ ବଧୁକୁ ଉଦ୍ଧାର କରି ଚାଇଲ୍ଡ ଲାଇନ୍ କୁ ହସ୍ତାନ୍ତର କରିଛି ପ୍ରଶାସନ । ନକଲି ଅଧାର କାର୍ଡ଼ ବଳରେ ବୟସ ଅଧିକ ଦେଖାଇ ବିବାହ ଚାଲିଥିବା ଅଭିଯୋଗ ହୋଇଥିଲା । ପରେ ଏହାର ତଦନ୍ତ ପରେ ଚଢାଉ କରିଥିଲା ପୋଲିସ୍
ଗତକାଲି ରାତିରେ ଖଣ୍ଡଗିରି ପୁଲିସ ସହାୟତାରେ ବାହାଘର ସ୍ଥଳରେ ଚାଇଲ୍ଡ ଲାଇନର ସଦସ୍ୟମାନେ ଓ ପୁଲିସ ପହଞ୍ଚିଲା ବେଳକୁ ବାହାଘର ସରିଯାଇଥିଲା। ଏହାପରେ ବି ପ୍ରଶାସନ କନ୍ୟାକୁ ନେଇଆସିଥିଲେ। ବାହା ହେବା ପରେ ବି ବର ଶିଶୁପାଳ ହୋଇ ଫେରିଛି।

Related Posts

Seo wordpress plugin by www.seowizard.org.