Odisha News

ଧନୁଯାତ୍ରା ପାଇଁ ହେବ କଳାକାର ଚୟନ, ପ୍ରକାଶ ପାଇଲା ବିଜ୍ଞପ୍ତି

ବରଗଡ଼, ୨୦/୧୦: ଧନୁଯାତ୍ରା ପାଇଁ ଚୟନ ହେବେ କଳାକାର। ଆସନ୍ତା ଅକ୍ଟୋବ ୨୨ ରୁ ୩୧ ପର୍ଯ୍ୟନ୍ତ କଳାକାରମାନେ ଯାତ୍ରାରେ ଅଭିନୟ କରିବା ପାଇଁ ସେମାନଙ୍କ ଆବେଦନ ପତ୍ର ଦାଖଲ କରି ପାରିବେ। ଧନୁଯାତ୍ରା ମହୋତ୍ସବ ସମିତି ଏନେଇ ବିଜ୍ଞପ୍ତି ଜାରି କରିଛି।
ମହାରାଜା କଂସ, ମହାମନ୍ତ୍ରୀ, ସାର୍ତ୍ତକୀ, ଚାଣୁର, ମୁଷ୍ଟିକ,ଅକୃର, ଉଗ୍ରେସନ, ବାସୁଦେବ, ଦେବକୀ, ନାରଦ ଓ ସେନାପତି ପରି ମହାରାଜା ଓ ରାଜାଙ୍କ ପାର୍ଶ୍ଵ କଳାକାର ଚରିତ୍ର ପାଇଁ କଳାକାର ଚୟନ ପ୍ରକ୍ରିୟା ହେବ।
ଆବେଦନପତ୍ର ଗୁଡ଼ିକ ଇ-ମେଲ କିମ୍ୱା ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ଡାକ କିମ୍ବା ବ୍ୟକ୍ତିଗତ ଭାବେ ଦାଖଲ କରିହେବ। ଜଣେ କଳାକାର ସର୍ବାଧିକ ୨ଟି ଭୂମିକା ପାଇଁ ଆବେଦନ କରି ପାରିବେ।
ବିନା ସ୍କ୍ରିପ୍ଟର ଖୋଲା ମଞ୍ଚରେ ଅଭିଜ୍ଞତା ଥିବା ଆବଶ୍ୟକ, ଧନୁଯାତ୍ରାରେ କଂସ ଅଭିନୟ କରୁଥିବା କଳାକାର ଅନ୍ୟ ମଞ୍ଚରେ କଂସ ଭୂମିକାରେ ଅଭିନୟ କରିବେ ନାହିଁ ଭଳି ମୋଟ ୧୦ଟି ଶର୍ତ୍ତାବଳୀ କଳାକାରମାନଙ୍କ ପାଇଁ ରହିଛି।

Related Posts

Seo wordpress plugin by www.seowizard.org.