Odisha News

‘ଦ କେରଳ ଷ୍ଟୋରୀ’କୁ ନେଇ ପଶ୍ଚିମବଙ୍ଗରେ ବିବାଦ ! ବ୍ୟାନ୍ ପରେ ବି ସ୍ପେଶାଲ ସ୍କ୍ରିନିଂ କଲା ବିଜେପି

କୋଲକାତା, ୧୧/୫: ବିବାଦୀୟ ଚଳଚ୍ଚିତ୍ର ‘ଦି କେରଳ ଷ୍ଟୋରି’ ପ୍ରଦର୍ଶନ ଉପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନେତୃତ୍ବାଧୀନ ପଶ୍ଚିମବଙ୍ଗ ସରକାର ନିଷେଧାଜ୍ଞା ଜାରି କରିଥିଲେ ବି ବଙ୍ଗ ‘ବିଜେପି’ ୟୁନିଟ୍ ବୁଧବାର ଦିନ ଉକ୍ତ ଚଳଚ୍ଚିତ୍ରର ସ୍ବତନ୍ତ୍ର ପ୍ରଦର୍ଶନ ଆୟୋଜନ କରିଥିଲା।
‘ବିଜେପି’ର ବାରୁଇପୁର ଜିଲ୍ଲା ଅଫିସ୍ରେ ଏହି ବିଶେଷ ପ୍ରଦର୍ଶନ ଆୟୋଜିତ ହୋଇଥିଲା। ‘ବିଜେପି’ର ଉତ୍ତର ୨୪ ପ୍ରଗଣା ଜିଲ୍ଲା ସଭାପତି ଫାଲ୍ଗୁନୀ ପାତ୍ରଙ୍କ ସମେତ ଦଳର ମହିଳା ଶାଖା କର୍ମୀମାନେ ଏହି ପ୍ରଦର୍ଶନ ବେଳେ ଉପସ୍ଥିତ ଥିଲେ।
ଚଳଚ୍ଚିତ୍ରଟି ଦେଖି ସାରିବା ପରେ ପାତ୍ର ସାମ୍ବାଦିକମାନଙ୍କୁ କହିଛନ୍ତି, ରାଜ୍ୟବ୍ୟାପୀ ଏହି ଚଳଚ୍ଚିତ୍ର ଉପରେ ଜାରି କରାଯାଇଥିବା ନିଷେଧାଜ୍ଞା ନିୟମ ମାନି ଆମେ ଘରୋଇ ଭାବେ ଏହାର ପ୍ରଦର୍ଶନ କରିଛୁ। ତେଣୁ, ସଚେତନତା ଓ ସତର୍କତା ପ୍ରସାର କରାଇବା ଉଦ୍ଦେଶ୍ୟରେ ଏହି ଚଳଚ୍ଚିତ୍ରର ପ୍ରଦର୍ଶନ ପ୍ରକୋଷ୍ଠ ମଧ୍ୟରେ ସୀମିତ ରଖିଛୁ। ଆମେ କାହାକୁ ଅବଜ୍ଞା କରିବାକୁ ଚାହୁଁନା।
ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଆଇନ ଯାଞ୍ଚ କରିଛୁ। ଲୋକେ ଘରୋଇ ବା ବ୍ୟକ୍ତିଗତ ଭାବେ ଏହି ଚଳଚ୍ଚିତ୍ର ଦେଖିପାରିବେ। ଏହି ଚଳଚ୍ଚିତ୍ର ଅନ୍ଲାଇନ୍ରେ ମଧ୍ୟ ପ୍ରସାରଣ ହେଉଛି। ଏହାକୁ ବିଭିନ୍ନ ୱେବ୍ସାଇଟ୍ରୁ ଡାଉନ୍ଲୋଡ୍ କରିବା ଲାଗି ଅନେକ ବ୍ୟକ୍ତି ମୋ ନିକଟକୁ ଲିଙ୍କ୍ ସବୁ ପଠାଇଛନ୍ତି। ତେଣୁ, ସମ୍ପୂର୍ଣ୍ଣ ନିଷେଧାଜ୍ଞା ଜାରି କରିବାକୁ ହେଲେ ପ୍ରଥମେ ଉକ୍ତ ୱେବ୍ସାଇଟ୍ଗୁଡ଼ିକୁ ନିଷେଧ କରିବାକୁ ପଡ଼ିବ।
କେରଳର ତରୁଣୀମାନଙ୍କୁ ବାଧ୍ୟ କରି ଇସ୍ଲାମ୍ ଧର୍ମକୁ ଧର୍ମାନ୍ତରିତ କରାଯିବା ପରେ ଆତଙ୍କବାଦୀ ସଙ୍ଗଠନ ‘ଇସ୍ଲାମିକ୍ ଷ୍ଟେଟ୍’ ତରଫରୁ ଲଢ଼େଇ କରିବା ଲାଗି ସେମାନଙ୍କୁ ସିରିୟା ପଠାଯାଉଥିବା କଥା ସୁଦୀପ୍ତ ସେନ୍ଙ୍କ ନିର୍ଦେଶିତ ‘ଦି କେରଳ ଷ୍ଟୋରି’ ଚଳଚ୍ଚିତ୍ରରେ ବର୍ଣ୍ଣିତ ହୋଇଛି।
ପଶ୍ଚିମବଙ୍ଗ ଓ ତାମିଲନାଡୁ ‘ମଲ୍ଟିପ୍ଲେକ୍ସ୍’ରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ନିଷେଧ କରାଯାଇଥିବା ବଳେ ‘ବିଜେପି’ ଶାସିତ ରାଜ୍ୟ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଏବଂ ହରିୟାଣା ଏହାକୁ କରମୁକ୍ତ କରିଛନ୍ତି।

Related Posts

Seo wordpress plugin by www.seowizard.org.