Odisha News

ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ କୃଷି ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ

ବରଗଡ଼, ୯/୮: ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପାଇକମାଲ ସହକାରୀ କୃଷି ଅଧିକାରୀ-ତଥା-ଫର୍ଟିଲାଇଜର ଇନ୍ସପେକ୍ଟର ।
ମିଳିଥିବା ସୂଚନା ଅନୁଯାୟୀ, ପାଇକମାଲ ସହକାରୀ କୃଷି ଅଧିକାରୀ-ତଥା-ଫର୍ଟିଲାଇଜର ଇନ୍ସପେକ୍ଟର ପ୍ରଣୟ କୁମାର ମନ୍ତ୍ରୀ ସାର ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ଜଣେ ସାର ଡିଲରଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି।
ପାଇକମାଲ ବସଷ୍ଟାଣ୍ଡରେ ସେ ଲାଞ୍ଚ ଗ୍ରହଣ କରୁଥିବା ବେଳେ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିବା କୁହାଯାଉଛି।
ଏହାପରେ ଭିଜିଲାନ୍ସ ପକ୍ଷରୁ ପ୍ରଣୟ କୁମାର ମନ୍ତ୍ରୀଙ୍କ ଭୁବନେଶ୍ୱରର ଶୈଳଶ୍ରୀ ବିହାରରେ ଥିବା ବାସଭବନ, କଟକ ଜିଲ୍ଲାର ତିଗିରିଆରେ ପୈତୃକ ଘର, ଅଫିସ୍ ଏବଂ ବରଗଡର ପାଇକମାଲରେ କ୍ୱାର୍ଟରରେ ଏକକାଳୀନ ଚଢ଼ାଉ କରାଯାଇଥିଲା।

Related Posts

Seo wordpress plugin by www.seowizard.org.