Odisha News

ଦେଓଗାଁ : ପାଚିକା ସହାୟିକାଙ୍କ ତାଲିମ ଶିବିର ଅନୁଷ୍ଠିତ

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ଦେଓଗାଁ, ୩୦/୧୨ : ଗତ ତା ୨୬.୧୨.୨୪ ଠାରୁ ତା ୨୮.୧୨.୨୪ ପର୍ଯ୍ୟନ୍ତ ତିନିଦିନ ଧରି ସ୍ଥାନୀୟ ନେତ୍ରଭାନୁ ଉଚ୍ଚ ବିଦ୍ୟାଳୟ,ଜରାସିଂହା ଠାରେ ବ୍ଳକ ସ୍ତରୀୟ ସମସ୍ତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପାଚିକା ଓ ସହାୟିକାଙ୍କ ନିମନ୍ତେ ଖାଦ୍ୟ ନିରାପତ୍ତା ଓ ସ୍ବଚ୍ଛତା ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମମତା ମହାଡିକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।ଏବିଇଓ ଅଜିତ ମିଶ୍ର,କବିରାଜ ମାଝୀ, ଦାଶରଥି ଥନାପତି ପର୍ଯ୍ୟବେକ୍ଷଣ କରିଥିଲେ।ସତ୍ୟ ନାରାୟଣ ସେନାପତି ମାଷ୍ଟର ଟ୍ରେନର,ଜ୍ୟୋତି ପ୍ରକାଶ ଷଡ଼ଙ୍ଗୀ ଓ ନିର୍ମଳା ସାହୁ ପ୍ରଶିକ୍ଷକ ଓ ଦୁର୍ବାଦଳ ସାହୁ ପରିଚାଳନା କରିଥିଲେ।
ଏଥିରେ ମୋଟ୍ ୨୮୭ ଜଣ ପାଚିକା ସହାୟିକାଙ୍କୁ ତାଲିମ ଦିଆଯାଇଥିଲା। ଶେଷରେ ରନ୍ଧନ ପ୍ରତିଯୋଗିତା କରାଯାଇ ଶ୍ରେଷ୍ଠ ତିନିଜଣଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।ସମସ୍ତ ବିଇଓ ଓ ଅଂଶ ଗ୍ରହଣକାରୀ ଙ୍କୁ ମମତା ମହାଳିକ ଆନ୍ତରିକ ଶୁଭେଚ୍ଛା ସହ ପ୍ରମାଣ ପତ୍ର ବଣ୍ଟନ କରିଥିଲେ।

Related Posts

Seo wordpress plugin by www.seowizard.org.