Odisha News

ଦୁଇ ଲୁଟେରାଙ୍କୁ ଧରିଲା ପୋଲିସ; ଲକ୍ଷାଧିକ ଟଙ୍କା ସହିତ ବାଇକ୍ ଜବତ

ଯାଜପୁର,୧୭/୨: ଯାଜପୁର ଜିଲା ଧର୍ମଶାଳା ପୋଲିସ ୨ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ନଗଦ ୪ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି।
ଏହା ସହ ଦୁଇଟି ମୋବାଇଲ, ମନିପର୍ସ ଜବତ ହୋଇଥିବା ନେଇ ଅତିରିକ୍ତ ଏସ୍ପି ନାରାୟଣ ବାରିକ ଶୁକ୍ରବାର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନା ମୁତାବକ ବ୍ରହ୍ମବରଦା ଥାନା ସାହାପଡ଼ା ଗ୍ରାମର ଇନ୍ଦ୍ରମଣି ପରି ତାଙ୍କ ଝିଅ ବାହାଘର ନିମନ୍ତେ ଗତ ୧୪ ତାରିଖରେ ବ୍ୟାଙ୍କରୁ ୪ ଲକ୍ଷ ୨୦ ହଜାର ଟଙ୍କା ଉଠାଇ ସମ୍ପର୍କୀୟ ନାତିଙ୍କ ସହ ବାଇକ୍ ଯୋଗେ ଘରକୁ ଫେରୁଥିଲେ।
ଏହି ସମୟରେ ବ୍ରହ୍ମବରଦାସ୍ଥିତ ମାଛ ମାର୍କେଟ ପାଖରେ ଥିବା ଇଟା ଫ୍ୟାକ୍ଟ୍ରି ନିକଟରେ ହଠାତ ଦୁଇଟି କଳା ରଙ୍ଗର ପଲସର ଓ ଅନ୍ୟ ବାଇକ୍ରେ ୪ ଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରି ତାଙ୍କୁ ଅଟକାଇଥିଲେ। ପରେ ଇନ୍ଦ୍ରମଣିଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗଟିକୁ ଝାମ୍ପି ନେଇ ଫେରାର ହୋଇଯାଇଥିଲେ।
ପାଟିକରି ଚୋରକୁ ଧରଧର କହିବାରୁ ନାଳକୂଳ ଛକ ନିକଟରେ କିଛି ଲୋକ ଗୋଟିଏ ବାଇକ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ଅନ୍ୟ ୨ ଲୁଟେରା ଟଙ୍କା ନେଇ ଫେରାର ହୋଇ ଯାଇଥିଲେ। ଧର୍ମଶାଳା ପୋଲିସ ଏହି ଘଟଣାର ତଦନ୍ତ କରି ଫେରାର ୨ ଅଭିଯୁକ୍ତଙ୍କୁ ଧରିବା ସହ ୪ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Related Posts

Seo wordpress plugin by www.seowizard.org.